ମୋହନା: ଗଜପତି ଜିଲା ଅଡବା ପୁଲିସ ସ୍ଥାନୀୟ ଥାନା ଡମ୍ବଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ବୁଢ଼ାନେଲ୍ଡି ଗ୍ରାମରେ ଚ଼ଢ଼ାଉ କରି ୩ଟି ଦେଶୀ ବନ୍ଧୁକ ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ଅଡ଼ବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା ଓ କର୍ମଚାରୀମାନେ ମିଳିତଭାବେ ଗ୍ରାମର ପ୍ରମୋଦ ମଲ୍ଲିକଙ୍କ ଘରେ ଚ଼ଢ଼ାଉ କରିଥିଲେ। ଚ଼ଢ଼ାଉ ବେଳେ ପ୍ରମୋଦଙ୍କ ଘରୁ ୩ଟି ଦେଶୀ ବନ୍ଧୁକ ମିଳିଥିଲା ତେବେ କୌଶଳକ୍ରମେ ଘରୁ ପ୍ରମୋଦ ଫେରାର ହେବାରେ ସକ୍ଷମ ହୋଇଥିଲା। ଘରେ ପ୍ରମୋଦ ୩ଟି ବନ୍ଧୁକ କାହିଁକି ରଖିଥିଲା ତାହାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।
Popular Categories



