www.samajalive.in
Monday, December 15, 2025
15.1 C
Bhubaneswar

ତହସିଲଦାରଙ୍କୁ ଆକ୍ରମଣ ଘଟଣା,୮ ଗିରଫ 

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲଦାର ଶିରିୟଲ ଶୁଭ୍ରା ପଟେଲ ଓ ରାଜସ୍ବ ନିରୀକ୍ଷକ ଆଲୋକ ଲେଙ୍କାଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ୮ ଜଣଙ୍କୁ  ପୁଲିସ ଗିରଫ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।
ଏଥିରେ ବ୍ୟବହୃତ ଗୋଟିଏ ଜେସିବି ମେସିନ, ୨ଟି ଟ୍ରାକ୍ଟରକୁ  ମଧ୍ୟ ଜବତ କରାଯାଇଛି । ସୂଚନା ମୂତାବକ ଶୁକ୍ରବାର ପରଜଙ୍ଗ ବ୍ଲକ ଅନ୍ତର୍ଗତ ପଥରଖୁମ୍ବ ଗ୍ରାମ ନିକଟସ୍ଥ ଏକ ସରକାରୀ ଜମିରୁ କିଛି ମୋରମ ମାଫିଆ ଏସ୍କାଭେଟର ମେସିନ, ଟ୍ରାକ୍ଟରରେ ବେଆଇନ ​​ମୋରମ ଖନନ କରି ଚାଲାଣ କରୁଥିବା ସମ୍ପର୍କରେ ପରଜଙ୍ଗ ତହସିଲଦାର ଶିରିୟଲ ଶୁଭ୍ରା ପଟେଲ ବିଶେଷ ସୂତ୍ରରୁ ଖବର ପାଇ ଖନନ ହେଉଥିବା ସ୍ଥାନକୁ ଯାଇଥିଲେ। ସରକାରୀ ଜମିରୁ ​ମୋରମ ଖନନ ହେଉଥିବା ବେଳେ ତହସିଲଦାର ଫୋନରେ ଫଟୋ ଉତ୍ତୋଳନ କରିବା ସମୟରେ ସେଠାରେ ଉପସ୍ଥିତ ​ମୋରମ ମାଫିଆମାନେ ତାଙ୍କୁ ଆକ୍ରମଣ କରିଥିଲେ। ତହସିଲଦାର ଯାଇଥିବା ଗାଡି ଉପରେ ମେସିନ ଚଢ଼ାଇ ଦେବାକୁ ମାଫିଆମାନେ ପ୍ରୟାସ କରିଥିଲେ। ତହସିଲଦାରଙ୍କୁ ଆକ୍ରମଣ ହୋଇଥିବା ଖବର ପାଇ ପରଜଙ୍ଗ ରାଜସ୍ବ ନିରୀକ୍ଷକ ଆଲୋକ ଲେଙ୍କା ଓ କନିଷ୍ଠ କିରାଣି ପ୍ରେମାନନ୍ଦ ସାହୁ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସମୟରେ ୮/୧୦ ଜଣ ଦୁର୍ବୃତ୍ତ ଉଭୟଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଘଟଣାସ୍ଥଳରୁ କିଛି ସମୟ ପରେ ଦୁର୍ବୃତ୍ତମାନେ ଛତ୍ରଭଙ୍ଗ ଦେଇଥିଲେ। ତହସିଲଦାରଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତହସିଲଦାରଙ୍କ ମୁହଁ, ପିଠି, ହାତରେ ଆଘାତ ହୋଇଥିବା ଜଣାଯାଇଛି।
ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ୨ ଜଣଙ୍କୁ ଗିରଫ କରିଥିବା ବେଳେ ପରେ ଆଉ ୬ଜଣଙ୍କୁ ଗିରଫ କରିଥିଲା। ମୋଟ ୮ ଜଣଙ୍କୁ ଗିରଫ କରି କାମାକ୍ଷାନଗର ଡାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା କରି ଅଦାଲତ ଚାଲାଣ କରିଛି। ଆଉ ଗୋଟିଏ ଜେସିବି, ୨ଟି ଟ୍ରାକ୍ଟରକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। କାମାକ୍ଷାନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ରଞ୍ଜନ କୁମାର ଦେ, ଥାନା ଅଧିକାରୀ ଶରତ ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories