www.samajalive.in
Monday, December 15, 2025
17.1 C
Bhubaneswar

କାଳବୈଶଖୀ ପ୍ରଭାବରେ ପ୍ରବଳ ବର୍ଷା, ଗଦାପୁର ନଦୀ ସ୍ରୋତରେ ଭାସିଗଲା କାଠପୋଲ

ମୋହନା: ଗତ ୨ ଦିନ ଧରି ମୋହନା ବ୍ଳକର ଅନେକ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଥିଲା। ଖୁବ ଜୋରରେ ବର୍ଷା ହେବାରୁ ବନ୍ୟାଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଏହାର ପ୍ରଭାବରେ ନଦୀରେ ପ୍ରଖର ସ୍ରୋତ ପ୍ରବାହିତ ହୋଇଥିଲା। ଫଳରେ ନଦୀ ଉପରେ ନିର୍ମାଣ କରାଯାଇଥିବା କାଠପୋଲଟି ଭାସିଯାଇଥିଲା। ଯିବାଆସିବାରେ ସମସ୍ୟା ସୃଷ୍ଟି ହେବାରୁ ଗ୍ରାମବାସୀ ମିଳିମିଶି କାଠପୋଲଟିକୁ ସଜାଡିଥିଲେ।
ଗ୍ରାମବାସୀ ବାରମ୍ବାର ନଦୀ ଉପରେ କାଠପୋଲ ନିର୍ମାଣ କରୁଛନ୍ତି। ବର୍ଷା ହେଲେ ନଦୀ ସ୍ରୋତରେ କାଠପୋଲଟି ଭାସି ଯାଉଛି। ଏହା ଯେଭଳି ନିତି ଦିନିଆ କଥା ପାଲଟିଛି। ତେବେ ପୋଲ ନିର୍ମାଣ ନକଲେ ଭୋଟ ବର୍ଜନ କରିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି ।
ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଗରଡମା ପଞ୍ଚାୟତ ଅଧିନ ରାଜଖମା ଗାଁ ନିକଟରେ ଥିବା ଗଦାପୁର ନଦୀ। ୮ଖଣ୍ଡ ଗ୍ରାମ ସମେତ ରାୟଗଡ଼ା ଜିଲାର ଗୋଟିଏ ବ୍ଲକ ନିର୍ଭର କରୁଥିବା ଗଦାପୁର ନଦୀ ଉପରେ ପୋଲ ନିର୍ମାଣ ହେଲେ ନଦୀ ଆରପଟେ ରାଜଖମା, ରାମସିଂ, ବୋରିଗୁମାର ବେତାଗଣ୍ଡା, କୁମାରପଦା, ଚିଡାଙ୍ଗପଙ୍କା ଭଳି ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ସମେତ ମୋହନା ବ୍ଲକର, ଗରଡମା, ମୋବେଲି, ପାପିଏଜୁ, ଢେପାଗୁଡା ଭଳି ଅନେକ ଗ୍ରାମବାସୀ ଗମନାଗମନ ଦୃଷ୍ଟିରୁ ସୁବିଧା ପାଇପାରିବେ।
ବିଗତ ଦିନରେ ମୋହନା ବିଡିଓ ବଂଶୀଧର ଖୋସଲା ପୋଲ ନିର୍ମାଣ ନିହାତି ଜରୁରୀ ଏବଂ ରାଜ୍ୟ ସରକାରଙ୍କୁ ଅବଗତ କରାଇ ଏଠାରେ ପୋଲ ନିର୍ମାଣ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ସେହି ସମୟରେ କାର୍ଯ୍ୟରତ ଥିବା ନିର୍ବାହୀ ଯନ୍ତ୍ରୀ ମଧ୍ୟ ସେଠାକୁ ଯାଇ ଜମି ଚିହ୍ନଟ କରି ମାଟିର ନମୁନା ଆଣିଥିଲେ । ତେବେ ସେମାନଙ୍କ ପ୍ରତିଶ୍ରୁତି ଆଜି ପର୍ଯ୍ୟନ୍ତ ପାଳନ କରାଯାଇପାରିନାହିଁ। ଫଳରେ ଯାତାୟତର ସୁବିଧା ପାଇଁ ଅଞ୍ଚଳବାସୀ ମିଳିତ ଭାବେ ଶ୍ରମଦାନ କରି ବାରମ୍ବାର କାଠପୋଲ ନିର୍ମାଣ କରୁଛନ୍ତି । କିନ୍ତୁ ବର୍ଷା ସମୟରେ ଧୋଇ ଯାଉଛି କାଠ ପୋଲ। ତେଣୁ ଅଞ୍ଚଳବାସୀ ବର୍ଷା ସମୟରେ ନଦୀର ଦୁଇ କୂଳରେ ଥିବା ଗଛରେ ବିଦ୍ୟୁତ୍ ତାର ବାନ୍ଧି ଜୀବନକୁ ବାଜି ଲଗାଇ ବିଦ୍ୟୁତ୍ ତାର ଭରସାରେ ନଦୀ ପାର ହୁଅନ୍ତି । ଏଭଳି ସମସ୍ୟା ଲୋକେ ବର୍ଷ ବର୍ଷ ଧରି ଭୋଗୁଛନ୍ତି । ସରକାରଙ୍କୁ ମଧ୍ୟ ଜଣାଉଛନ୍ତି। ହେଲେ କୌଣସି ସୁଫଳ ମିଳୁନଥିବାରୁ ପୁଣି ଗ୍ରାମବାସୀ ଏକତ୍ରିତ ହୋଇ ଭାସି ଯାଇଥିବା ଅସ୍ଥାୟୀ ପୋଲକୁ ଟ୍ରାକ୍ଟର ଯୋଗେ ଟାଣି ଆଣି କାଠ ପୋଲ ନିର୍ମାଣ କରିଛନ୍ତି । ଯଦି ତୁରନ୍ତ ଏହି ନଦୀ ଉପରେ କକ୍ଟ୍ରିଟ ପୋଲ ନିର୍ମାଣ ନ କରାଯାଏ ତେବେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories