କାଳବୈଶାଖୀର ତାଣ୍ଡବରେ ଉଡ଼ିଗଲା ଟିଣ ଛପର ଘର
କୁଆପଥର ବର୍ଷା
ମୋହନା: ମୋହନା ବ୍ଲକର ବିଭିନ୍ନ ସ୍ଥାନରେ ୨ଦିନ ଧରି କାଳବୈଶାଖୀ ସହ ବର୍ଷା ହେଉଥିବାରୁ ବହୁ ଲୋକଙ୍କ କ୍ଷୟକ୍ଷତି ହୋଇଛି। ଆଜି ଅପରାହ୍ନରେ କାଳବୈଶାଖୀ ଆସିବା ସହ କୁଆପଥର ବର୍ଷା ହୋଇଥିଲା। ଏହାରି ପ୍ରଭାବରେ ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଲୁହାଗୁଡ଼ି ପଞ୍ଚାୟତ ଅଧିନ ପାଦ୍ରିମା ଗ୍ରାମର ହୁନା ବିଷୋୟୀଙ୍କ ଟିଣ ଛପର ଘର କାଳବୈଶାଖୀର ପ୍ରଭାବରେ ଉଡ଼ିଯାଇଛି। ତାଙ୍କ ପୁତୁରାର ଦଶା କାର୍ଯ୍ୟରେ ଯୋଗ ଦେବାଲାଗି ଆସିଥିବା ବନ୍ଧୁବାନ୍ଧବଙ୍କ ନିମନ୍ତେ ଭୋଜିଭାତ ରୋଷେଇ ଚାଲିଥିବା ବେଳେ ଶେଷ ସମୟରେ ପ୍ରବଳ ବେଗରେ ପବନ ବହିବା ସହ କୁଆ ପଥର ବର୍ଷା ହେବା ଯୋଗୁଁ ସମସ୍ତ ଖାଦ୍ୟ ପଦାର୍ଥ ନଷ୍ଟ ହୋଇଯାଇଥିଲା। ଘରର ଟିଣଛପର ଉଡିଯିବା ଯୋଗୁ ଘରର ସମସ୍ତ ଆସବାବ ପତ୍ର ବର୍ଷା ପାଣିରେ ନଷ୍ଟ ହୋଇଯାଇଥିବା ବେଳେ ବହୁ କ୍ଷତି ଘଟିଛି। ସେ ଜଣେ ଗରୀବ ଶ୍ରେଣୀୟ ବ୍ୟକ୍ତି ହୋଇଥିବାରୁ ପ୍ରଶାସନ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି।
Comments are closed.