www.samajalive.in
Sunday, December 14, 2025
19.1 C
Bhubaneswar

ମୋହନାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଟପିଲା

ମୋହନା: ଗଜପତି ଜିଲ୍ଲା ମୋହନାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଠାକାର ପରିମଳ ବ୍ୟବସ୍ଥା ଓ ପାନୀୟ ଜଳ ହିଁ ଡ଼େଙ୍ଗୁ ବ୍ୟାପିବାର ମୁଖ୍ୟ କାରଣ ବୋଲି ବୁଦ୍ଧିଜୀବିମାନେ ମତ ଦେଇଛନ୍ତି। କାରଣ ମୋହନା ସହରର ନାରାୟଣ ନଗର ରାସ୍ତା, ପାଣ୍ଡା ଛକ, ପୁରୁଣା ବ୍ରିଜ୍ ସାହି, ଥାନା ଛକ, ଖ୍ରୀଷ୍ଟିଆନ, ହାଇସ୍କୁଲ ଛକ, ରଙ୍ଗମାଟିଆ ସାହି ଭଳି ଅନେକ ସ୍ଥାନରେ ଅଳିଆ ଆବର୍ଜନା କୁଢ କୁଢ ହୋଇ ପଡ଼ି ରହିଥିଲା। ତତସହିତ ସାହି ଗୁଡିକର ଡ୍ରେନ ଅଵସ୍ଥା ଓ ବ୍ୟବସ୍ଥା ନ କହିବା ଭଲ।

ମୋହନା ମେଡ଼ିକାଲରେ ସିବିସି ମେସିନ ଖତ ଖାଉଥିବା ବେଳେ ପ୍ରଶାସନ ପକ୍ଷରୁ ଚନ୍ଦ୍ରଗିରି ସ୍ୱାସ୍ଥ୍ୟ କେନ୍ଦ୍ରରୁ ସିବିସି ମେସିନ ଆଣି ପରୀକ୍ଷା କରାଯାଉଛି। ବ୍ଲକର ପ୍ରାୟ ଲୋକେ ବ୍ରହ୍ମପୁର ଡାକ୍ତରଖାନା ଓ ଘରୋଇ କ୍କିନିକ ଉପରେ ଭରଷା କରିଥାନ୍ତି।ଭୂବନେଶ୍ଵର ସ୍ଥିତ ଏକ ଘରୋଇ ମେଡିକାଲରୁ କିଛି ବିଶେଷଜ୍ଞ ଆସି ୩ ଦିନ ହେଲା ମୋହନା ସହରରେ ରହି ରକ୍ତ ନମୁନା ପରୀକ୍ଷା କରୁଛନ୍ତି। ଯାହା ଫଳରେ ପ୍ରତିଦିନ ଡ଼େଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗୁରୁବାର ଦିନ ୧୦ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ଜଣେ ଡ଼େଙ୍ଗୁରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories