ମୋହନା: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଆନୁକୂଲ୍ୟରେ ଗଜପତି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ଅବସରରେ ମୋହନା ବ୍ଲକର ଦୁଇ ଜଣ ବ୍ୟକ୍ତିଙ୍କୁ ସମ୍ମାନିତ କରିଛି ଜିଲ୍ଳା ପ୍ରଶାସନ। ଏହି ଦିବସରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ପ୍ରକଳ୍ପ ନିର୍ଦ୍ଧେଶକ ମହେଶ୍ୱର ନାୟକ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ମୋହନା ବ୍ଲକ ଅନ୍ତର୍ଗତ ବିରିକୋଟ ପଞ୍ଚାୟତ ଖ୍ରୀଷ୍ଟପୁର ଗ୍ରାମର ଗୋଡ଼ସ୍ମିତ ରଇତଙ୍କୁ ଗାଈଗୋରୁଙ୍କ ଉଚିତ ସେବା ଓ ଯତ୍ନ ନେଇ ଚାଷ କାମ କରି ଲାଭବାନ ହେଉଥିବାରୁ ତାଙ୍କୁ ମାନପତ୍ର ପ୍ରଦାନ କରାଯିବା ସହ ୧ ହଜାର ଟଙ୍କା ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଛି।
ସେହିପରି ମୋହନା ପ୍ରାଣୀ ଚିକିତ୍ସା କେନ୍ଦ୍ରର ଡାକ୍ତର ବିରେନ୍ଦ୍ର ପଣ୍ଡାଙ୍କୁ ମଧ୍ୟ ପ୍ରାଣୀ ସେବାରେ ବ୍ରତୀ ରହି ଲୋକଙ୍କ ଡାକରା ପାଇବା ସଙ୍ଗେ ସଙ୍ଗେ ଦିନ ରାତି ଏକ କରି ଗାଈ ଗୋରୁ, ଛେଳି, କୁକୁଡା ଆଦି ପ୍ରାଣୀଙ୍କୁ ଉଚିତ ସେବା ଯୋଗାଇ ଆସୁଥିବାରୁ ତାଙ୍କୁ ମଧ୍ୟ ମାନପତ୍ର ଓ ଉପଢ଼ୌକନ ସହ ପୁରସ୍କାର ଦେଇ ସମ୍ମାନିତ କରିଛନ୍ତି ଜିଲ୍ଲାର ପ୍ରଶାସନିକ ଅଧିକାରୀ।


