www.samajalive.in
Monday, December 15, 2025
17.1 C
Bhubaneswar

ବାଜା ବଜାଇ ଫୁଲ ତୋଡା ଦେଇ ପିଲାଙ୍କୁ ସ୍ୱାଗତ କଲେ ବିଦ୍ୟାଳୟ କର୍ତ୍ତୃପକ୍ଷ

ମୋହନା: ପ୍ରାୟ ୨ ବର୍ଷ ପରେ ସୋମବାର ଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ବିଦ୍ୟାଳୟ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ବ୍ଲକର ଉପାନ୍ତ ଅଞ୍ଚଳ ଗୁଡିକରେ ରହିଥିବା ସମସ୍ତ ପ୍ରାଥମିକ ବିଦ୍ୟାଳୟ ଖୋଲିଛି। ମୋହନା ବ୍ଲକ ଲିଲିଗଡ଼ ବିଦ୍ୟାଳୟର ଛାତ୍ରଛାତ୍ରୀମନେ ବିଦ୍ୟାଳୟ ଫାଟକକୁ ଆସିବା ପରେ ଶିକ୍ଷକମାନେ ବାଜା ବଜାଇ ଫୁଲ ତୋଡା ଦେଇ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ । ସେହିଭଳି ବ୍ଲକରେ ରହିଥିବା ବହୁ ସଂଖ୍ୟକ ବିଦ୍ୟାଳୟରେ ଛୋଟ ଛୋଟ ଶିଶୁମାନଙ୍କୁ ଚନ୍ଦନ, ସିନ୍ଦୁର ଓ ନାଚ ଗୀତ ମାଧ୍ୟମରେ କର୍ତ୍ତୃପକ୍ଷ ପାଛୋଟି ଆଣିଥିଲେ। ୨ବର୍ଷ ହେଲା ଘରେ ରହି ପିଲାମାନେ ଭଲ ପାଠ ପଢିବାରୁ ବଞ୍ଚିତ ହେଉଥିବା ବେଳେ ଏତେ ଦିନ ପରେ ପିଲାମାନେ ବିଦ୍ୟାଳୟକୁ ଆସି ସାଙ୍ଗ ସାଥିମାନଙ୍କ ସହ ଦେଖା ହେବା, ମିଳିମିଶି ପାଠ ପଢିବା ଓ ଖେଳକୁଦର ସୁଯୋଗ ମିଳିଥିବାରୁ ଛାତ୍ର ଛାତ୍ରୀ ଓ ଅବିଭାବକ ମାନେ ବେଶ ଖୁସି ହୋଇଥିବା ଦେଖିବାକୁ ମିଳିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories