ଚାନ୍ଦିପୁଟ /ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ବିଜେପିର ବୁଥ ସ୍ତରୀୟ କର୍ମୀ ସମ୍ମିଳନୀ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ସତ୍ୟ ନାରାୟଣ ଦଣ୍ଡସେନାଙ୍କ ସଭାପତିତ୍ବରେ ଆୟୋଜିତ ଏହି କର୍ମୀ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୋଦୀ ସରକାରଙ୍କ ୯ ବର୍ଷର ସଫଳତା ଉପରେ କର୍ମୀଙ୍କୁ କହିଥିଲେ। କେନ୍ଦ୍ରରେ ମୋଦୀ ସରକାର ୯ ବର୍ଷ ପୂରଣ କରିଥିବା ବେଳେ ଅନେକ ଜନ କଲ୍ୟାଣକାରୀ ଯୋଜନା କରିଛନ୍ତି । ସେହି ସବୁ ଯୋଜନା ଗୁଡ଼ିକ କିଭଳି ଲୋକେ ପାଇବା ସହ ଲୋକଙ୍କୁ ସଚେତନ କରାଇବା ପାଇଁ ସେ କର୍ମୀଙ୍କୁ ପରାମର୍ଶ ଦେଇଥିଲେ।
Related Posts
ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ସଂପର୍କରେ ରାଜ୍ୟ ଆଇନମନ୍ତ୍ରୀଙ୍କ ମନ୍ତବ୍ୟକୁ ଜୁଏଲ କଡ଼ା ନିନ୍ଦା କରିଥିଲେ। ରାଜ୍ୟ ସରକାର ମିଥ୍ୟା କହୁଛନ୍ତି ଓ ବିଭ୍ରାନ୍ତିକର ତଥ୍ୟ ଦେବା ରାଜ୍ୟ ସରକାରଙ୍କ ଅଭ୍ୟାସ ବୋଲି ସେ କହିଛନ୍ତି । ଏଥିସହ ୫-ଟି ସଚିବଙ୍କ ଜିଲ୍ଲା ଗସ୍ତକୁ ଓ କାର୍ଯ୍ୟଶୈଳୀକୁ ସେ କଡ଼ା ସମାଲୋଚନା କରିଛନ୍ତି । ଏହି ଅବସରରେ ଦଳୀୟ ରାଜ୍ୟ ଉପାଧ୍ୟକ୍ଷ ଭୃଗୁ ବକ୍ସିପାତ୍ର, ଜିଲ୍ଲା ଆଦିବାସୀ ମୋର୍ଚ୍ଚାର ସଭାପତି ପ୍ରଦୀପ ହରିଚନ୍ଦନ, ରାମଗିରି ଜିଲ୍ଲା ପରିଷଦ ଦଣ୍ଡପାଣି ବଡମୁଣ୍ଡି, ପ୍ରଶାନ୍ତ କୁମାର ମଲ୍ଲିକ, ବରିଷ୍ଠ କର୍ମକର୍ତ୍ତା ଶିବରାମ ସୁଆର ପ୍ରମୁଖଙ୍କ ସମେତ ଅଞ୍ଚଳର ବହୁ କର୍ମୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଏହି କର୍ମୀ ସମ୍ମିଳନୀକୁ ବିଜେପି ନେତା ସୁଧୀର ପାଇକ ଓ ମନୋଜ ସାହୁ ପରିଚାଳନା କରିଛନ୍ତି ।
Comments are closed.