www.samajalive.in
Monday, December 15, 2025
15.1 C
Bhubaneswar

ଲୋକଙ୍କ ସ୍ନେହ, ପ୍ରେମ ମୋର ରକ୍ଷାକବଚ: ମୋଦୀ

କୋକ୍ରାଝର : ଲୋକଙ୍କ ସ୍ନେହ ଓ ପ୍ରେମ ତାଙ୍କ ପାଇଁ ରକ୍ଷାକବଚ। ତେଣୁ ତାଙ୍କୁ ଯେତେ ପିଟିଲେ ମଧ୍ୟ ତାଙ୍କର କିଛି କ୍ଷତି ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଐତିହାସିକ ବୋଡୋ ବୁଝାମଣା ସ୍ବାକ୍ଷର ଉପଲକ୍ଷେ ଆୟୋଜିତ ଉତ୍ସବରେ ଯୋଗ ଦେଇ ମୋଦୀ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରି ଏହା କହିଛନ୍ତି। ନ୍ୟାସନାଲ ଡେମୋକ୍ରାଟିକ ଫ୍ରଣ୍ଟ ଅଫ ବୋଡୋଲ୍ୟାଣ୍ଡ (ଏନଡିଏଫବି), ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଓ ଆସାମ ରାଜ୍ୟ ସରକାରଙ୍କ ମଧ୍ୟରେ ସ୍ବାକ୍ଷରିତ ଐତିହାସିକ ଶାନ୍ତି ବୁଝାମଣା ଉପଲକ୍ଷେ ଶୁକ୍ରବାର ଏକ ଉତ୍ସବର ଆୟୋଜନ କରାଯାଇଥିଲା। ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ଏହି ବୁଝାମଣାର ସଫଳତା ପାଇଁ ବିଭିନ୍ନ ସଂଗଠନ ଓ ପକ୍ଷକୁ ଧନ୍ୟବାଦ ଜଣାଇଥିଲେ। ସେ କହିଛନ୍ତି ଯେ ବୋଡୋ ବୁଝାମଣା ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ଶାନ୍ତିର ନୂଆ ଯୁଗ ଆରମ୍ଭ କରିଛି। ଆଗାମୀ ଦିନରେ ଉତ୍ତର-ପୂର୍ବାଞ୍ଚଳର ବିକାଶ ପାଇଁ ତାଙ୍କ ସରକାର କରିଥିବା ଯୋଜନା ସମ୍ପର୍କରେ ମୋଦୀ କହିଥିଲେ। ସେହିପରି ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ଦ୍ବାରା ଉତ୍ତର-ପୂର୍ବାଞ୍ଚଳବାସୀଙ୍କର କୌଣସି ପ୍ରକାର କ୍ଷତି ହେବ ନାହିଁ ବୋଲି ମୋଦୀ ପ୍ରତିଶ୍ରୁତି ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories