www.samajalive.in
Sunday, December 14, 2025
18.1 C
Bhubaneswar

ଶନିବାର ରାଶିଫଳ (୦୮.୦୨.୨୦୨୦)

ମେଷ: ଧର୍ମ କାର୍ଯ୍ୟରେ ନିୟୋଜିତ ହେବେ। ମନ ପ୍ରସନ୍ନ ରହିବ। କୃଷି କାର୍ଯ୍ୟକୁ ପ୍ରାଧାନ୍ୟ ଦେବେ। ଯାନବାହନ ସୁଖ ମିଳି ପାରେ। ସୁଖ ଭୋଗ କରିେବ। ପ୍ରଦୂଷଣମୁକ୍ତ ଗୃହରେ ବସତି ସ୍ଥାପନ କରିପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ପାରିବାରିକ ସୁଖ ମିଳିବ।

ବୃଷ: ମନବାଞ୍ଛା ପୂରଣ ହେବ। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ବନ୍ଧୁ ସହଯୋଗ ପାଇ ଖୁସି ହେବେ। ଧନଲାଭର ସୂଚନା ମିଳୁଛି। ଶୁଭଖବର ପାଇ ଖୁସି ହେବେ। ପାରିବାରିକ ସୁଖ ମିଳିବ। ବିବାଦରେ ବିଜୟୀ ହେବେ।

- Advertisement -

ମିଥୁନ: ଅର୍ଥରୁ ଅନର୍ଥ ଉପୁଜିପାରେ। ମନରେ ଅବିଶ୍ୱାସୀଙ୍କ ପ୍ରତି ଘୃଣାଭାବ ଆସିପାରେ। ପାରିବାରିକ ସୁଖ ମିଳିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆପଣଙ୍କ ବୈଶିଷ୍ଟ୍ୟ ପ୍ରକାଶିତ ହେବ। ଯାନବାହନ ସୁଖ ମିଳିବ। ନିତି ନିଷ୍ଠ ହେବେ। ଧନାଗମ ହେବ।

କର୍କଟ: ରାଜଯୋଗ ଅଛି। ଚଳଚଞ୍ଚଳ ରହିବେ। ମନ ପ୍ରଫୁଲ୍ଲ ରହିବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଧନବାନ୍‍ ହେବେ। ଅପାରଗୁଣର ଅଧିକାରୀ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ବଳିଷ୍ଠ ହୋଇପାରନ୍ତି। ରୂପବାନ୍‍ ହେବେ।

ସିଂହ: ଆଜି ଦିନରେ ଭଲ, ମନ୍ଦ ମିଶ୍ରିତ ଫଳ ମିଳିବ। ବ୍ୟୟ ପରିମାଣ ବୃଦ୍ଧି ପାଇବ। ପରିଶ୍ରମ ବ୍ୟର୍ଥ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହୋଇପାରେ। ସୁଗୁଣର ଅଧିକାରୀ ହେବେ। ସନ୍‍ମାର୍ଗୀ ହେବେ।

କନ୍ୟା: ନିଜ କାର୍ଯ୍ୟ ଆନନ୍ଦଦାୟକ ହେବ। ପରିବାରର ଶୁଭ ଚିନ୍ତକ ହେବେ। ବିଭିନ୍ନ ସ୍ତରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନଯୁକ୍ତ ହୋଇପାରନ୍ତି। କୀର୍ତ୍ତିମାନ୍‍ ଓ ଭୋଗୀ ହେବେ। ଗୁଣଜ୍ଞ ହେବେ।

ତୁଳା: ନିଜ ଚିନ୍ତାଧାରାରେ କାର୍ଯ୍ୟ କଲେ ସଫଳତା ମିଳିବ। କର୍ମତତ୍ପର ରହିବେ। ଧର୍ମ-ଧାରଣାରେ ନିଜକୁ ସମର୍ପି ଦେଇ ପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଉନ୍ନତିମାର୍ଗରେ ଆଗକୁ ବଢ଼ିବେ।

ବିଛା: ସମ୍ମାନିତ ହେବେ। କାର୍ଯ୍ୟରେ ଉନ୍ନତି ପାଇଁ ବହୁ ସୁଯୋଗ ମିଳିବ। ଅବସାଦ ମେଣ୍ଟାଇ ପାରନ୍ତି। କର୍ମରେ ସଫଳତାର ଶୀର୍ଷରେ ପହଞ୍ଚି ପାରନ୍ତି। ସମୃଦ୍ଧିର ମୂଳଦୁଆ ପଡ଼ିବ। ଉଚ୍ଚଆଶା ଫଳବତୀ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି।

ଧନୁ: ଭଲରେ ମନ୍ଦ ସୃଷ୍ଟିର ଆଶଙ୍କା ଅଛି। ମାତ୍ର ଘଟଣାଟି ବିଚାର ଅର୍ନ୍ତଭୁକ୍ତ ହେବ। ଶୁଭ ମିଳିବା କଷ୍ଟସାଧ୍ୟ ହେବ। ସରକାରୀ ସ୍ତରରୁ ଧନ ସମ୍ପତ୍ତି ମିଳିପାରେ। ଚୌର ଓ ଶତ୍ରୁ ଉପଦ୍ରବର ଆଶଙ୍କା ଅଛି। ସାହସୀ ହେବେ। ପାରିବାରିକ ସ୍ନେହ ରହିବ। କୁଶଳୀ କାର୍ଯ୍ୟ କରିବେ।

ମକର: ମନ ଫୁର୍ତ୍ତି ରହିବ। ରାଜ ସମ୍ମାନଯୁକ୍ତ ହେବେ। ପ୍ରୀତିଲାଭ କରିପାରନ୍ତି। ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍‍ କରି ଗଢ଼ିତୋଳିବ। ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ। ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି। ବନ୍ଧୁ ସହଯୋଗ ପାଇ କାର୍ଯ୍ୟଭାର ସମ୍ଭାଳି ନେଇପାରନ୍ତି।

କୁମ୍ଭ: ଶତ୍ରୁପତି ସତର୍କ ବୃଦ୍ଧି ରଖିବାକୁ ପଡ଼ିବ। ମନରେ ଦମ୍ଭ ରହିବ। ସତ୍‍କର୍ମରେ ଅଧିକ ବ୍ୟୟ କରିପାରନ୍ତି। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିବେ। ସୁସ୍ଥ ରହିବେ। ଧନଲାଭ ସହିତ ଉତ୍ତମ ଭୋଜନରେ ମିଳିବ। ଋଣ ସୁଝିବେ।

ମୀନ: ଚିନ୍ତାଧାରାରେ ପରକଥା ମନେ ପକାଇ କାର୍ଯ୍ୟ କରିପାରନ୍ତି। ଅଧୀନସ୍ଥ ଲୋକଙ୍କ କାର୍ଯ୍ୟର ସମୀକ୍ଷା କରିପାରନ୍ତି। ଦ୍ରବ୍ୟ ଲାଭର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ସଫଳତା ମଳିବ। ବିଭିନ୍ନ ସ୍ତରରୁ ଧନାଗମର ଧାରା ଲମ୍ବି ରହିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories