www.samajalive.in
Saturday, December 6, 2025
14.1 C
Bhubaneswar

ଦେଶ ଏବେ ସହଜ ଜୀବନ ଓ ସହଜ ବ୍ୟବସାୟ ୨.୦ ପାଇଁ ପ୍ରସ୍ତୁତ – ମୋଦୀ

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଗତକାଲି ଆଗତ ହୋଇଥିବା ସାଧାରଣ ବଜେଟ ଦେଶର ଅର୍ଥ ବ୍ୟବସ୍ଥାକୁ ସଠିକ ଦିଗରେ ନେବ ଏବଂ ଅର୍ଥନୀତିକୁ ଗତିଶୀଳ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସେ କହିଛନ୍ତି, ଏବେ ଦେଶ ଜୀବନର ସୁଗମତା ଅର୍ଥାତ ଇଜ ଅଫ ଲିଭିଂ ଓ ବ୍ୟବସାୟରେ ସୁଗମତା ଅର୍ଥାତ ଇଜ ଅଫ ଡୁଇଙ୍ଗ ବିଜନେସର ପରବର୍ତ୍ତୀ ପଦକ୍ଷେପ ପାଇଁ ପ୍ରସ୍ତୁତ ରହିଛି।

ବିଜେପି ଦିଲ୍ଲୀ ଶାଖା ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ଉଦବୋଧନ ଦେଇ ମୋଦୀ କହିଛନ୍ତି ଯେ ବିଶ୍ୱବାସୀ ଭାରତକୁ ଏକ ସଶକ୍ତ ଦେଶ ଭାବେ ଦେଖିବାକୁ ଚାହାନ୍ତି। ସେଥିପାଇଁ ଦେଶର ଅର୍ଥନୀତିକୁ ଗତିଶୀଳ କରାଇବା ସହ ପ୍ରତ୍ୟେକ କ୍ଷେତ୍ରକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି, ନୂଆ ଆବଶ୍ୟକତା ପୂରଣ କରିବା ଏବେ ସମୟର ଆହ୍ୱାନ ତେଣୁ ଦେଶ ସମ୍ପୂର୍ଣ୍ଣ ଆତ୍ମନିର୍ଭର ହେବା ସହ ସେହି ଆଧାରରେ ଆଧୁନିକ ଭାରତ ନିର୍ମାଣ ହେବ।

- Advertisement -

ଚଳିତ ବଜେଟ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ସାଧାରଣ ଲୋକଙ୍କ ଆଶା ପୂରଣ କରିବାରେ ନିଶ୍ଚିତ ସମର୍ଥ ହେବ। ସାଧାରଣ ଲୋକଙ୍କ ପାଇଁ ଅତି ଆବଶ୍ୟକ ବାସଗୃହ ଠାରୁ ଆରମ୍ଭ କରି ଦେଶର ସୁରକ୍ଷାରେ ନିୟୋଜିତ ଯବାନମାନଙ୍କ ପାଇଁ ଆଧୁନିକ ସରଞ୍ଜାମ ଯୋଗାଇ ଦେବାରେ ବଜେଟରେ ବ୍ୟବସ୍ତା କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories