କଟକ – ବ୍ରହ୍ମପୁରର ବହୁଚର୍ଚ୍ଚିତ ଡାକ୍ତର ସୁମିତ ଏବଂ ତପସ୍ୱନୀ ମାମଲା ତଳ କୋର୍ଟଙ୍କ ଭରଣ ପୋଷଣ ରାୟକୁ କାଏମ ରଖିଲେ ହାଇକୋର୍ଟ । ଡାକ୍ତର ସୁମିତ ତଳ କୋର୍ଟଙ୍କ ରାୟ ଅନୁଯାୟୀ ତପସ୍ୱିନୀଙ୍କୁ ମାସିକ ୧୭ ହଜାର ଟଙ୍କା ଭରଣ ପୋଷଣ ପାଇଁ ଦେବେ । ପ୍ରତି ମାସର ୧୦ ତାରିଖ ସୁଦ୍ଧା ଏହି ଟଙ୍କା ସୁମିତ ତପସ୍ୱନୀଙ୍କୁ ଦେବେ । ଫେବ୍ରୁଆରୀ ମାସ ୧୫ ତାରିଖରେ ପରବର୍ତ୍ତୀ ଶୁଣାଣୀ କରାଯିବ ।
ବ୍ରହ୍ମପୁରର ବ୍ରହ୍ମାନଗରର ଡାକ୍ତର ସୁମିତ ତପସ୍ୱିନୀଙ୍କୁ କୋର୍ଟରେ ବିବାହ କରିଥିଲେ । ପରେ ସେମାନଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ତପସ୍ୱନୀଙ୍କୁ ତାଙ୍କ ଶଶୁରଙ୍କ ଘରେ ରହିବା ପାଇଁ ଦିଆଯାଉ ନଥିବା ତପସ୍ୱନୀ ଅଭିଯୋଗ କରିବା ସହ ଧାରଣରେ ବସିଥିଲେ । ପରେ ଅଦାଲତଙ୍କ ରାୟ ପରେ ତପସ୍ୱନୀ ପ୍ରଥମେ ତାଙ୍କ ସ୍ୱାମୀଙ୍କ ସହ ପରେ ତାଙ୍କ ଶଶୁର ଘରେ ରହିପାରିବେ ବୋଲି କୁହାଯାଇଥିଲା। ଏହାପରେ ଆରୋପ ପ୍ରତ୍ୟାରୋପ , ମାମଲା ପରେ ମାମଲା ରୁଜୁ ହୋଇଥିଲା। ଏବେ ହାଇକୋର୍ଟ ତଳ କୋର୍ଟଙ୍କ ଭରଣ ପୋଷଣ ରାୟକୁ କାଏମ ରଖିଛନ୍ତି । ଫେବ୍ରୁଆରୀ ୧୫ ତାରିଖରେ ପରବର୍ତ୍ତୀ ଶୁଣାଣୀ କରାଯିବ ।



