www.samajalive.in
Saturday, December 6, 2025
14.1 C
Bhubaneswar

ବୁଲି ବୁଲି ଭୋଟ ଭିକ୍ଷା କରୁଛନ୍ତି ବିଜେଡି ପ୍ରାର୍ଥୀ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ଦଳ ପକ୍ଷରୁ ବୁଲି ବୁଲି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ଆଜି ପ୍ରଥମରେ ବିଜେଡି ସମର୍ଥିତ ୱାର୍ଡ ସଭ୍ୟ ସଭ୍ୟା, ସରପଞ୍ଚ ମୁରଲୀ ଉଦାଲି, ସମିତି ସଭ୍ୟ ମିନାକା ପଦ୍ମା, ଜିଲା ପରିଷଦ ବି ଭି ୱାରା ପ୍ରସାଦ ରାଓ ପ୍ରମୁଖ ପ୍ରାର୍ଥୀମାନେ ଦଳୀୟ ଚିହ୍ନ ସହିତ ନିଜ ନିଜ ଚିହ୍ନ ଦେଖାଇ ଗାଁର ପ୍ରତ୍ୟେକ ସାହି ଓ ଘର ଘର ବୁଲି ଭୋଟ ମାଗୁଛନ୍ତି । ଏଥିରେ ବିଜେଡି ଦଳର ନେତା ଧନମଣି ଭତ୍ରା, ପ୍ରତାପ ତ୍ରିପାଠୀ, ବ୍ଲକ ସଭାପତି ସୁନ୍ଦରରାଓ ବାଗ, ରମାକାନ୍ତ ପରିଛା ପ୍ରମୁଖ ଉପସ୍ଥିତ ରହି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ସେ ନିଜ ଦଳୀୟ ପତାକା ଗ୍ରାମର ପ୍ରତ୍ୟେକ ଗଳି କନ୍ଦିରେ ତୋରଣ ମଧ୍ୟ ଲଗାଇ ପ୍ରଚାର ଆରମ୍ଭ କରିଛନ୍ତି । ବିଜେଡି ପ୍ରଚାର ଆରମ୍ଭ କରିଥିବା ବେଳେ ଅନ୍ୟ ଦଳ ପ୍ରଚାର ପାଇଁ ସଜବାଜ ହେଉଥିବା ଦେଖିବାକୁ ମିଳିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories