www.samajalive.in
Saturday, December 6, 2025
14.1 C
Bhubaneswar

ଅଣ୍ଡାପୁର ରୁଟି

ଆବଶ୍ୟକ ସାମଗ୍ରୀ
ଅଣ୍ଡା – ୪ଟି
ଅଟା – ୨କପ
ପାଣି – ଆବଶ୍ୟକ ପରିମାଣରେ
ବଟର – ୪ଚାମଚ
କଟା ରସୁଣ – ୪ଟି
କଟା ପିଆଜ – ୧ଟି
କଟା କଞ୍ଚାଲଙ୍କା – ୨ଟି
ଲୁଣ – ଆବଶ୍ୟକ ପରିମାଣରେ
ହଳଦୀ – ଅଳ୍ପ
କଟା ଅଦା – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
କଟା ଧନିଆପତ୍ର – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ଗରମ ମସଲା – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ରସୁଣ, ଅଦା, ପିଆଜ, କଞ୍ଚା ଲଙ୍କା ପକାଇ କିଛି ସମୟ ଭାଜନ୍ତୁ। ଭାଜିବା ପରେ ଲୁଣ, ହଳଦୀ, ଲଙ୍କା ଗୁଣ୍ଡ ପକାଇ ପୁଣି ଗୋଳାନ୍ତୁ। ଏବେ ଏଥିରେ ଅଣ୍ଡା ଭ।ଙ୍ଗି ପକାଇ ଭୁଜିଆ ପ୍ରସ୍ତୁତ କରନ୍ତୁ। ଭୁଜିଆ ହୋଇ ଆସିଲେ ଏଥିରେ ଧନିଆପତ୍ର, ଗରମ ମସଲା ପକାଇ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ଅଟାକୁ ଭଲ ଭାବେ ଦଳି ୧୦ ମିନିଟ ଚକଟାକୁ ରଖି ଦିଅନ୍ତୁ। ୧୦ ମିନିଟ ପରେ ଏହି ଚକଟାରୁ ଗୋଲ ଆକୃତିର ଗୁଳା ପ୍ରସ୍ତୁତ କରନ୍ତୁ। ଗୁଳାକୁ ଛୋଟ ରୁଟି ଆକୃତିର ବେଲି ଏହା ମଧ୍ୟରେ ପ୍ରସ୍ତୁତ ଭୁଜିଆକୁ ଭର୍ତ୍ତି କରି ଏହାକୁ ରୁଟି ଆକୃତିର ବେଲି ଦିଅନ୍ତୁ। ବେଲିବା ପରେ ଗ୍ୟାସରେ ତାୱା ବସାଇ ବଟର ଲଗାଇ ରୁଟିକୁ ଭଲ ଭାବେ ସେକନ୍ତୁ। ପ୍ରସ୍ତୁତ ହୋଇଗଲା ଅଣ୍ଡା ଭୁଜିଆ ରୁଟି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories