www.samajalive.in
Monday, December 15, 2025
14.1 C
Bhubaneswar

ସୀମାରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ତ୍ବରାନ୍ବିତ ହେବ

ଆଉ ୬ ରାଷ୍ଟ୍ର ସାମିଲ, ଭାରତର ସ୍ବାଗତ

ଜୋହାନ୍ସବର୍ଗ : ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ୧୫ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ବ୍ରିକ୍ସ ନେତାମାନେ ମିଳିତ ସାମ୍ବାଦିକ ସମ୍ମିଳନୀରେ ମିଳିତ ବାର୍ତ୍ତା ଦେବାକୁ ଯିବା ସମୟରେ ମୋଦୀ ଓ ଜିନପିଙ୍ଗଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ମିଳିତ ସାମ୍ବାଦିକ ସମ୍ମିଳନୀ ପରେ ମୋଦୀ-ଜିନପିଙ୍ଗ ପରସ୍ପର ସହିତ ହାତ ମିଳାଇଥିଲେ। ତେବେ ଉଭୟଙ୍କ ମଧ୍ୟରେ ହୋଇଥିବା ଏହି କଥାବାର୍ତ୍ତା ସମ୍ପୂର୍ଣ୍ଣ ରୂପେ ଅନୌପଚାରିକ ଥିଲା। ଏହା ପରେ ଉଭୟ ନେତା ଔପଚାରିକ କଥାବାର୍ତ୍ତା କରିଥିଲେ। କଥାବାର୍ତ୍ତା କାଳରେ ଦୁଇ ନେତା ପୂର୍ବ ଲଦାଖରେ ଲାଗି ରହିଥିବା ସୀମା ବିବାଦ ଉପରେ ଆଲୋଚନା କରିଥିଲେ। ଆଲୋଚନା କାଳରେ ସୀମାର ବିବାଦୀୟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟାର ତ୍ବରାନ୍ବିତ କରିବାକୁ ସମ୍ମତି ପ୍ରକାଶ କରିଥିଲେ। ବୈଦେଶିକ ସଚିବ

- Advertisement -

ବିନୟ ମୋହନ କ୍ବାତ୍ରାଙ୍କ ସୂଚନା ଅନୁଯାୟୀ ରାଷ୍ଟ୍ରପତି ଜିନପିଙ୍ଗ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)କୁ ନେଇ ଭାରତର ଉଦ୍‌ବେଗକୁ ଗୁରୁତ୍ବ ଦେଇଥିଲେ। ୨୦୨୨ରେ ଇଣ୍ଡୋନେସିଆର ବାଲିରେ ଆୟୋଜିତ ଜି-୨୦ ସମ୍ମିଳନୀ ଅବସରରେ ଦୁଇ ନେତା ଏକାଠି ହୋଇଥିଲେ। ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ ଆୟୋଜନ କରିଥିବା ନୈଶ ଭୋଜିରେ ମୋଦୀ-ଜିନପିଙ୍ଗଙ୍କ ମଧ୍ୟରେ ସାମୟିକ କଥାବାର୍ତ୍ତା ହୋଇଥିଲା। ତେବେ ୨୦୨୦ ଗଲୱାନ ସଂଘର୍ଷ ପରେ ଦୁଇ ନେତା ପ୍ରଥମ କରି ପରସ୍ପର ସହିତ କରମର୍ଦ୍ଦନ କରିଛନ୍ତି। ତିନି ଦିନିଆ ବ୍ରିକ୍ସ ସମ୍ମିଳନୀର ଗୁରୁବାର ଅନ୍ତିମ ଦିନ ହୋଇଥିବାବେଳେ ମୋଦୀ ୫ଟି ରାଷ୍ଟ୍ରର ନେତାଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି।
ବ୍ରାଜିଲ, ରୁଷିଆ, ଚୀନ, ଭାରତ ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀକୁ ସମ୍ପ୍ରସାରଣ କରାଯାଇଛି। ୧୫ଶ ବ୍ରିକ୍ସ ସମ୍ମିଳନୀର ଶେଷ ଦିନରେ ଏହି ରାଷ୍ଟ୍ରଗୋଷ୍ଠୀକୁ ସମ୍ପ୍ରସାରଣ ପୂର୍ବକ ଆଉ ୬ଟି ରାଷ୍ଟ୍ରକୁ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ ଇଜିପ୍ଟ, ଇଥୋପିଆ, ଇରାନ, ଆର୍ଜେଣ୍ଟିନା, ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ଓ ସାଉଦି ଆରବକୁ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀରେ ସାମିଲ କରାଯାଇଛି। ଆସନ୍ତାବର୍ଷ ଜାନୁଆରୀ ୧ରୁ ଏହି ରାଷ୍ଟ୍ରଗୁଡିକର ସଦସ୍ୟତା କାର୍ଯ୍ୟକାରୀ ହେବ। ସଦସ୍ୟତା ବୃଦ୍ଧି ସମ୍ପର୍କରେ ସେରିଲ ରାମଫୋସା ଘୋଷଣା କରି କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ୬ଟି ନୂଆ ରାଷ୍ଟ୍ରକୁ ସଦସ୍ୟତା ଦିଆଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ନୂଆ ସଦସ୍ୟଙ୍କୁ ସାମିଲ କରାଯିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories