www.samajalive.in
Saturday, December 6, 2025
14.1 C
Bhubaneswar

ବାରାଣସୀରେ ମୋଦୀ; କାଶୀ ବିଶ୍ଵନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ, ଭୋଟରଙ୍କୁ ଧନ୍ୟବାଦ ଦେଲେ

ବାରାଣସୀ: ଲୋକସଭା ନିର୍ବାଚନରେ ସଫଳତା ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ପୂର୍ବାହ୍ନରେ ନିଜ ନିର୍ବାଚନୀମଣ୍ଡଳୀ ଉତ୍ତରପ୍ରଦେଶର ବାରାଣସୀ ଗସ୍ତ କରିଛନ୍ତି। ଏହି ଅବସରରେ ମୋଦୀ କାଶୀ ବିଶ୍ଵନାଥ ମନ୍ଦିରକୁ ଯାଇ ଠାକୁରଙ୍କୁ ଦର୍ଶନ କରିବା ସହ କିଛି ସମୟ ପୂଜାର୍ଚ୍ଚନା କରିଥିଲେ। ମନ୍ଦିରରେ ଶିବଲିଙ୍ଗ ଉପରେ କ୍ଷୀର ଢାଳି ଅଭିଶେଷ କରିଥିଲେ।

ଗସ୍ତ ଅବସରରେ ମୋଦୀ ବାରାଣସୀର ଭୋଟରମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଭୋଟରମାନେ ତାଙ୍କୁ ବହୁ ସଂଖ୍ୟା ଭୋଟ ଦେଇ ବିଜୟ କରାଇଥିବାରୁ ମୋଦୀ କୃତଜ୍ଞତା ଜଣାଇଥିଲେ। ମୋଦୀଙ୍କ ଗସ୍ତ ପାଇଁ ବାରାଣସୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଦଳୀୟ କର୍ମୀମାନେ ବିଭିନ୍ନ ସ୍ଥାନରେ ମୋଦୀଙ୍କର ବଡ଼ ବଡ଼ ହୋର୍ଡିଂ ଲଗାଇ ସ୍ବାଗତ କରିଛନ୍ତି। ସେହିପରି ଜନସାଧାରଣ ଏବଂ କର୍ମୀମାନେ ରାସ୍ତାର ଉଭୟ ପାର୍ଶ୍ଵରେ ରହି ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ପୂର୍ବରୁ ଗତ ରବିବାର ଦିନ ମୋଦୀ ଗୁଜରାଟର ଅହମଦାବାଦସ୍ଥିତ ନିଜ ଘରକୁ ଯାଇ ମା’ଙ୍କ ଆଶୀର୍ବାଦ ନେଇଥିଲେ। ଅସନ୍ତା ୩୦ ତାରିଖରେ ମୋଦୀ ଏବଂ ତାଙ୍କ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories