www.samajalive.in
Saturday, December 6, 2025
16.1 C
Bhubaneswar

ରାସ୍ତା କାର୍ଯ୍ୟ ଅସମ୍ପୂର୍ଣ୍ଣ; ପ୍ରତିବାଦରେ ରାସ୍ତାରୋକ

ନୂଆପଡ଼ା: ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ କାଞ୍ଜିବାହାଲ ନିକଟରେ ୩୫୩ ନମ୍ବର ଜାତୀୟ ରାଜପଥର କାମ ଶେଷ ହେଉନଥିବାରୁ ସୋମବାର ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ଦେଖାଦେଇଛି। ଆନ୍ଦୋଳନ ଫଳରେ ରାୟପୁର-ଗୋପାଳପୁର ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏହାସହ ରାସ୍ତାର ଉଭୟ ପାଶ୍ୱର୍ରେ ମାଲବାହୀ ଗାଡ଼ି ସହ ଶହ ଶହ ଗାଡ଼ି ମୋଟର ଅଟକି ରହିଛି। ପ୍ରଶାସନ ଆସି କାମ ଆରମ୍ଭ ନକରିବା ଯାଏଁ ଏହି ଆନ୍ଦୋଳନ ବନ୍ଦ ହେବ ନାହିଁ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଦୀର୍ଘ ୫ ବର୍ଷ ହେବ ଏହି ଜାତୀୟ ରାଜପଥର କାର୍ଯ୍ୟ ବନ୍ଦ ପଡ଼ିଛି। ରାସ୍ତା କାମ ଶେଷ ହେଉନି। ବାରମ୍ବାର ଏନେଇ ଦାବି କରାଗଲେ ମଧ୍ୟ କେହି ଧ୍ୟାନ ନଦେବାରୁ ସ୍ଥାନୀୟଲୋକେ ଓ ବିଭିନ୍ନ ସଂଗଠନ ଆନ୍ଦୋଳନ କରିଛନ୍ତି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories