mission shakti banner

୪ ବର୍ଷରେ ମୋଦି ସରକାରଙ୍କ ପ୍ରଚାର ଖର୍ଚ୍ଚ ୪,୩୪୩ କୋଟି

BSKY banner  750×100
0

ମୁମ୍ବଇ : ମୋଦି ସରକାର ଶାସନକୁ ଆସିବା ପରଠାରୁ ୨୦୧୪ ମେ’ରୁ ଏପର୍ଯ୍ୟନ୍ତ ୪ ବର୍ଷ ମଧ୍ୟରେ ପ୍ରଚାରରେ ୪,୩୩୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏଥିରେ ବୈଦ୍ୟୁତିକ ଏବଂ ଛାପା ଗଣମାଧ୍ୟମ) ସହ ଅନ୍ୟ ମାଧ୍ୟମ ଜରିଆରେ ପ୍ରଚାର ଖର୍ଚ୍ଚକୁ ଅନ୍ତର୍ଭୁକ୍ତ କରାଯାଇଛି । ସୂଚନା ଅଧିକାର କର୍ମୀ ଅନିଲ ଗଲଗଲି ଏନେଇ ଆରଟିଆଇ ଦାଖଲ କରିଥିଲେ । ଜବାବରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି । ମନ୍ତ୍ରଣାଳୟର ସୂଚନା ଅନୁସାରେ ୧ ଜୁନ୍‌ ୨୦୧୪ରୁ ୭ ଡିସେମ୍ବର ୨୦୧୭ ପର୍ଯ୍ୟନ୍ତ ୧୭୩୨.୧୫ କୋଟି ଟଙ୍କା ଛାପା ଗଣମାଧ୍ୟମ ଓ ୨୦୭୯.୮୭ କୋଟି ଟଙ୍କା ବେିଦ୍ୟୁତିକ ଗଣମାଧ୍ୟମରେ ପ୍ରଚାର ପାଇଁ ଖର୍ଚ୍ଚ ହୋଇଛି । ଅନ୍ୟ ମାଧ୍ୟମରେ ପ୍ରଚାରରେ ୫୩୧.୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଛାପା ଗଣମାଧ୍ୟମ ମଧ୍ୟରେ ଖବରକାଗଜ, ପତ୍ରିକା, ବୈଦ୍ୟୁତିକ ଗଣମାଧ୍ୟମ ମଧ୍ୟରେ ଟିଭି, ଇଣ୍ଟରନେଟ, ରେଡିଓ, ଡିଜିଟାଲ ସିନେମା, ଏସ୍‌ଏମ୍‌ଏସ୍‌ ଆଦି ଅନ୍ତର୍ଭୁକ୍ତ । ଅନ୍ୟ ମାଧ୍ୟମ ମଧ୍ୟରେ ପୋଷ୍ଟର, ବ୍ୟାନର, ଡିଜିଟାଲ ପ୍ୟାନେଲ, ହୋଡିଂ, ରେଲୱେ ଟିକେଟ୍‌ ଆଦି ଅନ୍ତର୍ଭୁକ୍ତ ରହିଛି।

Leave A Reply