www.samajalive.in
Monday, December 15, 2025
15.1 C
Bhubaneswar

ଦଳୀୟ ସାଂସଦଙ୍କୁ ମୋଦୀଙ୍କ ତାଗିଦା, ସଂସଦରେ ଉପସ୍ଥିତ ରୁହ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ସାଂସଦମାନଙ୍କୁ ସଂସଦରେ ଉପସ୍ଥିତ ରହିବାକୁ ଏବଂ ସଂସଦୀୟ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିବାକୁ କହିଛନ୍ତି। ସଂସଦ ବାହାରେ ଡଃ ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ବୈଠକରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ସାଂସଦମାନଙ୍କୁ ତାଗିଦ କରି କହିଛନ୍ତି ଯେ ସ୍କୁଲ ପିଲାମାନଙ୍କ ପରି ସେମାନଙ୍କୁ ବାରମ୍ବାର ମନେ ପକାଇବା ଆବଶ୍ୟକ ନାହିଁ, ଯେ ସାଂସଦମାନେ ସଂସଦ ଅଧିବେଶନ ସମୟରେ ଉପସ୍ଥିତ ରହିବା ଉଚିତ।

ସାଂସଦମାନଙ୍କୁ ମୋଦୀ କହିଛନ୍ତି ଯେ ‘ଆପନେ ଆପ୍ ମେ ପରିବର୍ତ୍ତନ ଲିୟେ, ୱରନା ପରିବର୍ତ୍ତନ ଆପନା ଆପ ଆ ଜାଏଗା’ ଅର୍ଥାତ ନିଜକୁ ପରିବର୍ତ୍ତନ କର ନ ହେଲେ ଆପେ ପରିବର୍ତ୍ତନ ଆସିବ। ଏହି ବୈଠକରେ ୧୨ ଜଣ ସାଂସଦଙ୍କ ନିଲମ୍ବନ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ବୈଠକ ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲଦ ଯୋଶୀ କହିଛନ୍ତି ଯେ ଯଦି ସାଂସଦମାନେ କ୍ଷମା ପ୍ରାର୍ଥନା କରନ୍ତି ତେବେ ନିଲମ୍ବନ ପ୍ରତ୍ୟାହାର କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ସମ୍ମାନିତ କରିବା ବ୍ୟତୀତ ପ୍ରଧାନମନ୍ତ୍ରୀ ବିଜେପି ସାଂସଦମାନଙ୍କୁ ସାଂସଦ କ୍ରୀଡ଼ା ପ୍ରତିଯୋଗିତା, ସାଂସଦ ସୁସ୍ଥ ଶିଶୁ ପ୍ରତିଯୋଗିତା ଏବଂ ସୂର୍ଯ୍ୟ ନମସ୍କାର ପ୍ରତିଯୋଗିତା ଆୟୋଜନ କରନ୍ତୁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories