୨୧ରେ ମୋଦିଙ୍କ ରୁଷ ଗସ୍ତ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୨୧ରେ ରୁଷ ଗସ୍ତରେ ଯିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେଠାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ମୋଦି ଭେଟିବେ ଓ ଉଭୟ ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ଅନୌପଚାରିକ ବୈଠକ ହେବ । ଏହି ବୈଠକ ରୁଷର ସୋଚିସ୍ଥିତ ସମର ବିଚ୍‌ ରିସୋର୍ଟରେ ହେବ। ପୁତିନଙ୍କ ଆମନ୍ତ୍ରଣରେ ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ସେଠାରେ ଦୁଇ ନେତା ଆନ୍ତର୍ଜାତିକ ପ୍ରସଙ୍ଗସହ ଦୀର୍ଘ ମିଆଦି ସମ୍ପର୍କ ବୃଦ୍ଧି ଓ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ପାଇଁ ଆଲୋଚନା କରିବେ । ଦ୍ୱିପାକ୍ଷିକ ପ୍ରସଙ୍ଗ ସହ ଉଭୟ ନେତା ନିଜ ଦେଶର ବିକାଶ ଓ ସହଯୋଗ ବୃଦ୍ଧି ନେଇ ଆଲୋଚନା କରିବେ ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ।

Leave A Reply