www.samajalive.in
Wednesday, December 10, 2025
16.1 C
Bhubaneswar

ବିହାର ବିଜୟ ପରେ ଗାମୁଛା ଉଡ଼ାଇଲେ ମୋଦୀ, କହିଲେ-ଆଉ ଫେରିବନି ଜଙ୍ଗଲରାଜ, ନୂଆପଡ଼ାବାସୀଙ୍କୁ ଜଣାଇଲେ କୃତଜ୍ଞତା

ସମାଜଲାଇଭ ଡେସ୍କ: ବିହାରରେ ଏନଡିଏର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାମୁଛା ଉଡ଼ାଇ ଉତ୍ସବ ମନାଇଛନ୍ତି। ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଶୁକ୍ରବାର ସନ୍ଧ୍ୟାରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। କାର୍ଯ୍ୟାଳୟରେ ମୋଦୀ ପହଞ୍ଚିବା ପରେ ଏକ ଧଳା ଗାମୁଛାକୁ ବାମ ହାତରେ ଧରି ଉଡ଼ାଇଥିଲେ। ଏହା ପରେ ପ୍ରଧାନମନ୍ତ୍ରୀଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକ ମାଖନା ମାଳ ପିନ୍ଧାଇ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ବିହାରବାସୀ ବିକଶିତ ବିହାର ପାଇଁ ଭୋଟ ଦେଇଛନ୍ତି। ରାଜ୍ୟରେ ଆଉ କେବେ ଜଙ୍ଗଲରାଜ ଫେରିବନି। ବିହାରରେ ବିପୁଳ ବିଜୟ ରାଜ୍ୟବାସୀଙ୍କ ଅତୁଟ ବିଶ୍ଵାସର ପ୍ରତିଫଳନ। ମିଥ୍ୟାର ପରାଜୟ ହୁଏ। ଜାମିନରେ ଫେରିଥିବା ଲୋକଙ୍କ ସାଥ୍‌ ଦେଲେନି ରାଜ୍ୟବାସୀ। ଗଣତନ୍ତ୍ରକୁ ଆକ୍ରମଣ କରୁଥିବା ଲୋକଙ୍କୁ ରାଜ୍ୟବାସୀ ଉଚିତ ଜବାବ ଦେଇଛନ୍ତି।

- Advertisement -

ଉଦବୋଧନ ସମୟରେ ମୋଦୀ ନୂଆପଡ଼ା ଉପନିର୍ବାଚନ କଥା ଉଠାଇଥିଲେ। ନୂଆପଡ଼ାରେ ବିଜେପି ପ୍ରାର୍ଥ ଜୟ ଢୋଲକିଆ ବିଜୟୀ ହୋଇଥିବାରୁ ସେ ନୂଆପଡ଼ାବାସୀଙ୍କୁ କୃତଜ୍ଞତା ଜଣାଇଥିଲେ।

ନଡ୍ଡା କହିଥିଲେ, ବିହାର ନିର୍ବାଚନ ବିକାଶ ବନାମ ଜଙ୍ଗଲରାଜ ମଧ୍ୟରେ ଥିଲା। ବିହାରରେ ଏନଡିଏର ବିଜୟ ପାଇଁ ସେ ଦଳର କୋଟି କୋଟି କର୍ମୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛନ୍ତି ବୋଲି କହିଥିଲେ। ବିହାରରେ ଏନଡିଏର ବିଜୟ ସୁନାମୀ ପରି ଥିଲା ବୋଲି ସେ କହିଥିଲେ।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories