www.samajalive.in
Sunday, December 14, 2025
19.1 C
Bhubaneswar

ମୋଦୀଙ୍କ କିଷାନ କଲ୍ୟାଣ ରାଲିରେ ଅଘଟଣ: ତମ୍ବୁ ଭୁଶୁଡ଼ି ୯୦ ଆହତ

ମେଦିନାପୁର: ପଶ୍ଚିମବଙ୍ଗର ମେଦିନାପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନସଭା ଚାଲିଥିବା ସମୟରେ ନିର୍ମିତ ତମ୍ବୁ ଭୁଶୁଡି ୯୦ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୋଦୀ ଡକ୍ତାରଖାନା ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସମସ୍ତ ସହାୟତା ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ସୋମବାର ପ୍ରଧାନମନ୍ତ୍ରୀଙ୍କ ଜନସଭା ନିମନ୍ତେ ବହୁ ସଂଖ୍ୟକ ସମର୍ଥକ ଏକାଠି ହୋଇଥିଲେ। ସଭାସ୍ଥଳର ମୁଖ୍ୟ ପ୍ରବେଶପଥରେ ବର୍ଷାରୁ ରକ୍ଷା ନିମନ୍ତେ ତମ୍ବୁରେ ଆଶ୍ରୟସ୍ଥଳ ନିର୍ମାଣ କରାଯାଇଥିଲା। ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ସଭା ସମୟରେ ଅନେକ ସମର୍ଥକ ଅସ୍ଥାୟୀ ତମ୍ବୁ ଉପରେ ଚଢିଯାଇଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ଉତ୍ସାହୀ ସମର୍ଥକମାନେ ତମ୍ବୁ ଉପରେ ଚଢିଯିବାରୁ ଏହା ଓଜନ ସମ୍ଭାଳି ନପାରି ଭୁଶୁଡି ପଡିଥିଲା। ଭାଷଣ ସମୟରେ ମୋଦୀ ଉକ୍ତ ସମର୍ଥକଙ୍କୁ ଓହ୍ଲାଇପଡିବାକୁ ବାରମ୍ବାର କହିଥିଲେ; ମାତ୍ର ସେମାନେ ଏହାକୁ ଶୁଣି ନଥିଲେ। ଫଳରେ ତମ୍ବୁଟି ଭୁଶୁଡି ପଡିଥିଲା। ତମ୍ବୁ ଭୁଶୁଡିବା ଦେଖି ମୋଦୀ ତମ୍ବୁ ତଳେ ଥିବା ଲୋକଙ୍କୁ ଦୌଡ଼ି ପଳାଇବାକୁ କହିଥିଲେ। ଏହା ସହ ନିକଟରେ ଉପସ୍ଥିତ ଏସ୍‍ପିଜି ଅଧିକାରୀଙ୍କୁ ଆହତଙ୍କୁ ସହାୟତା କରିବାକୁ ସେ ନିର୍ଦେଶ ଦେଇଥିଲେ। ଆହତଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନା ନିଆଯାଇଥିଲା। ସଭା ଶେଷ ହେବା ପରେ ମୋଦୀ ଡାକ୍ତରଖାନା ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ମେଦିନାପୁରସ୍ଥିତ ସରକାରୀ ମେଡିକାଲ କଲେଜ ଅଧ୍ୟକ୍ଷ ପି କୁଣ୍ଡୁଙ୍କ କହିବା ଅନୁଯାୟୀ ୧୩ଜଣ ମହିଳାଙ୍କ ସମେତ ୯୦ ଜଣ ଆହତ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କୌଣସି ଲୋକ ଗୁରୁତର ଆହତ ହୋଇନାହାନ୍ତି। ଆହତମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ରହିଥିବା ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ତମ୍ବୁ ଭୁଶୁଡିବା ପରେ ଉପସ୍ଥିତ ଲୋକ ଆହତଙ୍କୁ ସହାୟତା କରିଥିଲେ। ଏଥିପାଇଁ ମୋଦୀ ତାଙ୍କ ଭାଷଣ କାଳରେ ଅନ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ପୁଲିସ ଓ ସୁରକ୍ଷାକର୍ମୀମାନେ ସମର୍ଥକମାନଙ୍କୁ ତମ୍ବୁ ଉପରେ ଚଢିବାକୁ ଅନୁମତି ଦେଇ ନଥିଲେ ଏପରି ଅଘଟଣ ହୋଇ ନଥାନ୍ତା। ଏଥିପାଇଁ ସୁରକ୍ଷାକର୍ମୀମାନେ ଅଧିକ ଯତ୍ନବାନ ହେବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେହିପରି ଆହତଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories