www.samajalive.in
Sunday, December 14, 2025
14.1 C
Bhubaneswar

ତ୍ରୁଟିପୂର୍ଣ୍ଣ ଚୁଟି କଟା ପାଇଁ ୨କୋଟି ତଣ୍ଡ

ନୂଆଦିଲ୍ଲୀ : ଜଣେ ମହିଳାଙ୍କର ଚୁଟି କାଟିବାରେ ତ୍ରୁଟି ପାଇଁ ଦିଲ୍ଲୀର ପଞ୍ଚତାରକା ହୋଟେଲ ଆଇଟିସି ମୌର୍ଯ୍ୟ ଉପରେ ୨କୋଟି ଟଙ୍କା କ୍ଷତିପୂରଣ ଧାର୍ଯ୍ୟ କରାଯାଇଛି। ଜାତୀୟ ଗ୍ରାହକ ବିବାଦ ସମାଧାନ ଆୟୋଗ (ଏନସିଡିଆରସି) ହୋଟେଲ ଉପରେ ଏହି କ୍ଷତିପୂରଣ ଧାର୍ଯ୍ୟ କରିଛନ୍ତି। କ୍ଷତିପୂରଣ ଅର୍ଥ ସମ୍ପୃକ୍ତ ମହିଳା ଗ୍ରାହକଙ୍କୁ ଦେବାକୁ ଆୟୋଗ ନିର୍ଦେଶ ଦେଇଛନ୍ତି। ହୋଟେଲ କର୍ମଚାରୀ (ହେୟାର ଡିଜାଇନର)ଙ୍କ ଅବହେଳା ଯୋଗୁଁ ଚୁଟି କାଟିବା ସମୟରେ ଅହନା ରାୟ ନାମକ ମହିଳାଙ୍କ ମୁଣ୍ଡର ଚର୍ମ ପୋଡି ଯାଇଥିଲା। ଅହନା ବୃତ୍ତିରେ ଜଣେ ମଡେଲ ଓ ଯୋଗାଯୋଗ କର୍ମଚାରୀ। ଚର୍ମ ପୋଡି ଯିବା ପରେ ଏହା ଆଲର୍ଜି ହୋଇଯାଇଥିଲା। ଏହାକୁ ନେଇ ସେ ମାନସିକ ଭାରସାମ୍ୟ ହରାଇବା ସହିତ ନିଜର ବୃତ୍ତି ଓ ରୋଜଗାର ହରାଇଥିଲେ। ଏପରିକି ସେ ସାମାଜିକ କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ ବାଧ୍ୟ​‌ ହୋଇଥିଲେ। ଅହନା ନିଜର ଲମ୍ବା ଚୁଟି ପାଇଁ ବିଭିନ୍ନ କମ୍ପାନୀ ପାଇଁ ବିଜ୍ଞାପନ କରିଥାନ୍ତି। ଏହି ଘଟଣାକୁ ନେଇ ଅହନା ଏନସିଡିଆରସିଙ୍କ ଦ୍ବାରସ୍ଥ ହୋଇଥିଲେ। ଏନସିଡିଆରସି ଅଧ୍ୟକ୍ଷ ବିଚାରପତି ଆରକେ ଅଗ୍ରୱାଲଙ୍କ ନେତୃତ୍ବ ପୀଠ ଏହାର ବିଚାର କରି ହୋଟେଲ କର୍ତ୍ତୃପକ୍ଷଙ୍କୁ ଦୋଷୀ ଦର୍ଶାଇବା ପୂର୍ବକ ୨କୋଟି ଟଙ୍କା କ୍ଷତିପୂରଣ ନିର୍ଦେଶ ଦେଇଛନ୍ତି। ଅହନାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ମଧ୍ୟ ହୋଟେଲକୁ କୁହାଯାଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories