www.samajalive.in
Sunday, December 14, 2025
14.1 C
Bhubaneswar

ମୋରିସନ, ସୁଗାଙ୍କ ସହ ମୋଦୀଙ୍କ କଥାବାର୍ତ୍ତା

ୱାଶିଂଟନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଆମେରିକା ଗସ୍ତ ଅବସରରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଓ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗାଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। କ୍ବାଦ ବୈଠକ ପୂର୍ବରୁ ଗୁରୁବାର ମୋଦୀ ଏହି ଦୁଇ ନେତାଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ। ମୋଦୀଙ୍କ ସହିତ କଥାବାର୍ତ୍ତା ବେଳେ ​‌ଜାପାନ ପ୍ରଧାନମନ୍ତ୍ରୀ ସୁଗା ପ୍ରତିରକ୍ଷା, ବୈଷୟିକ ଜ୍ଞାନକୌଶଳ ଓ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପରସ୍ପରର ସହଯୋଗ ନେଇ ନିଜର ପ୍ରତିଶ୍ରୁତିକୁ ଦୋହରାଇଥିଲେ। ଏହା ସହିତ ଆଫଗାନିସ୍ତାନ ଓ ଅନ୍ୟ ବିଶ୍ବ ପ୍ରସଙ୍ଗକୁ ନେଇ ଦୁଇ ନେତା ପରସ୍ପରର ମତ ବିନିମୟ କରିଥିଲେ।

- Advertisement -

ଭାରତ-ଜାପାନ ମଧ୍ୟରେ ବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କକୁ ନିବିଡ କରିବା ଦିଗରେ ଉଭୟ ଦେଶ ଗୁରୁତ୍ବାରୋପ କରିଥିଲେ। ଏହି ସାକ୍ଷାତ କାଳରେ ସୁଗାଙ୍କୁ ଉପହାର ସ୍ବରୂପ ମୋଦୀ ଚନ୍ଦନ କାଠରେ ନିର୍ମିତ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଦେଇଥିଲେ। ସେହିପରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋରିସନଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କାଳରେ ମୋଦୀ ଆଞ୍ଚଳିକ ଓ ବିଶ୍ବ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିଶେଷକରି କୋଭିଡ୍‌-୧୯, ପ୍ରତିରକ୍ଷା, ସବୁଜ ଶକ୍ତି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଦୁଇ ଦେଶ ଆଲୋଚନା କରିଥିଲେ। ନିକଟରେ ଅଷ୍ଟ୍ରେଲିଆ-ବ୍ରିଟେନ-ଆମେରିକାକୁ ନେଇ ହୋଇଥିବା ନୂଆ ମେଣ୍ଟ ପ୍ରସଙ୍ଗରେ ମୋଦୀଙ୍କୁ ମୋରିସନ ଅବଗତ କରାଇଥିଲେ। ଏହି ନୂଆ ମେଣ୍ଟ ଅନୁଯାୟୀ ଅଷ୍ଟ୍ରେଲିଆକୁ ଦୁଇଦେଶ ଆଣବିକ ଶକ୍ତି ସମ୍ପନ୍ନ ବୁଡାଜାହାଜ ଯୋଗାଇବେ। ଅନ୍ୟପଟେ ଭାରତ ଓ ଅଷ୍ଟ୍ରେଲିଆ ସହିତ ହେବାକୁ ଥିବା ଦ୍ବିପାକ୍ଷିକ କଥାବାର୍ତ୍ତାକୁ ଫ୍ରାନ୍ସ ବାତିଲ କରିଛି। ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ଭାରତ-ଫ୍ରାନ୍ସ-ଅଷ୍ଟ୍ରେଲିଆ ମନ୍ତ୍ରୀସ୍ତରୀୟ ବୈଠକ ହେବାକୁ ସ୍ଥିର ହୋଇଥିଲା। ଆମେରିକା, ବ୍ରିଟେନ ସହିତ ଅଷ୍ଟ୍ରେଲିଆର ନୂଆ ମେଣ୍ଟକୁ ନେଇ କ୍ଷୁବ୍ଧ ଫ୍ରାନ୍ସ ଏହି ବୈଠକକୁ ବାତିଲ କରିଛି। ସାକ୍ଷାତ କାଳରେ ମୋଦୀ ଉପହାର ସ୍ବରୂପ ମୋରିସନଙ୍କୁ ରୁପାର ଗୁଲାବୀ ମୀନା ରଙ୍ଗ କରାଯାଇଥିବା ଏକ ଜାହାଜ ଦେଇଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories