www.samajalive.in
Sunday, December 14, 2025
14.1 C
Bhubaneswar

ଭାରତ-ଆମେରିକାର ଗଣତାନ୍ତ୍ରିକ ମୂଲ୍ୟ ଅନ୍ୟ ରାଷ୍ଟ୍ରକୁ ପ୍ରସାରିତ ହେଉ: ମୋଦୀ

ୱାଶିଂଟନ : ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ହ୍ବାଇଟ୍‌ ହାଉସର ଓଭାଲ କାର୍ଯ୍ୟାଳୟରେ ହୋଇଥିବା କଥାବାର୍ତ୍ତାରେ ଦୁଇ ନେତା ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ବାରୋପ କରିଛନ୍ତି। ବିଶେଷକରି ଦୁଇଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ବୃଦ୍ଧିକୁ ଉଭୟ ଗୁରୁତ୍ବ ଦେଇଛନ୍ତି। ମୋଦୀ କହିଛନ୍ତି ଯେ ବାଇଡେନଙ୍କ ନେତୃତ୍ବରେ ଭାରତ-ଆମେରିକାର ସମ୍ପର୍କ ନୂଆ ଶିଖରରେ ପହଞ୍ଚିବ। ଏପରିକି ଦୁଇ ଦେଶର ନେତୃତ୍ବ ବିଶ୍ବକୁ ନୂଆ ଦିଗ୍‌ଦର୍ଶନ ଦେବ। ଜଳବାୟୁ ପରିବର୍ତ୍ତନ ଠାରୁ ଆରମ୍ଭ କରି କରୋନା ମହାମାରୀ ଓ କ୍ବାଦ ରାଷ୍ଟ୍ରଗୋଷ୍ଠୀ ଗଠନ କ୍ଷେତ୍ରରେ ବିଶ୍ବସମୁଦାୟ ପାଇଁ ବାଇଡେନଙ୍କ ଅବଦାନକୁ ମୋଦୀ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ବର୍ତ୍ତମାନ ସମୟରେ ମହାତ୍ମା ଗାନ୍ଧୀଙ୍କ ଅହିଂସା ଓ ଶାନ୍ତି ବିଶ୍ବ ପାଇଁ ଜରୁରୀ। ବର୍ତ୍ତମାନ ବିଶ୍ବ ପାଇଁ ବୈଷୟିକ ଜ୍ଞାନକୌଶଳ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ଏହାକୁ ମାନବ ସଭ୍ୟତାର ବିକାଶ ଦିଗରେ ଉପଯୋଗ ହେବା ଦରକାର। ସେହିପରି ଭାରତ ଓ ଆମେରିକାରେ ଯେଉଁ ଗଣତାନ୍ତ୍ରିକ ମୂଲ୍ୟବୋଧ ରହିଛି ତାହା ବିଶ୍ବର ଅନ୍ୟ ସମସ୍ତ ରାଷ୍ଟ୍ରକୁ ପ୍ରସାରିତ ହେବ ଉଚିତ୍ ବୋଲି ମୋଦୀ କହିଥିଲେ। ଆମେରିକାର ବିକାଶ ଦିଗରେ ଭାରତୀୟ-ଆମେରିକୀୟଙ୍କ ଅବଦାନକୁ ମୋଦୀ ପ୍ରଶଂସା କରିଥିଲେ। ଆମେରିକା ମାଟି ଓ ହ୍ବାଇଟ୍‌ ହାଉସରେ ମୋଦୀ ଓ ତାଙ୍କ ପ୍ରତିନିଧି ଦଳକୁ ଦିଆଯାଇଥିବା ସ୍ବାଗତ ସମ୍ବର୍ଦ୍ଧନା ପାଇଁ ବାଇଡେନଙ୍କୁ ମୋଦୀ ଧନ୍ୟବାଦ ଜଣାଇଥିଲେ।

- Advertisement -

କଥାବାର୍ତ୍ତା ସମୟରେ ବାଇଡେନ କହିଥି​‌ଲେ ଯେ ବିଶ୍ବର ଦୁଇ ପ୍ରମୁଖ ରାଷ୍ଟ୍ର ଭାରତ-ଆମେରିକା ମଧ୍ୟରେ ସମ୍ପର୍କ ନିବିଡ ହେବାରେ ଲାଗିଛି। ଦୁଇ ଦେଶର ସମ୍ପର୍କରେ ଏହି ନିବିଡତା ସାରା ବିଶ୍ବ ପାଇଁ ଲାଭ ଦାୟକ ହେବ। ସେ କହିଥିଲେ ଯେ କରୋନା ମହାମାରୀ ସମେତ ବିଶ୍ବର ଅନ୍ୟ କେତେକ ଆହ୍ବାନକୁ ଦୁଇଦେଶ ମିଳିତ ଭାବେ ମୁକାବିଲା କରିପାରିଛନ୍ତି। ବାଇଡେନ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ଅହିଂସା ମାର୍ଗକୁ ମନେ ପକାଇଥିଲେ। ସେ କହିଥିଲେ ଯେ ଗାନ୍ଧୀଙ୍କ ଅହିଂସା ନୀତିକୁ ବର୍ତ୍ତମାନର ବିଶ୍ବରେ କିପରି କାର୍ଯ୍ୟକାରୀ କରିବାକୁ ଗୁରୁତ୍ବ ଦେଇଥିଲେ। ମୋଦୀଙ୍କ ସହିତ ସାକ୍ଷାତ ପରେ ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ କଥାବାର୍ତ୍ତା ହୋଇଥିଲା। ଦ୍ବିପାକ୍ଷିକ କଥାବାର୍ତ୍ତାରେ ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, ଏନଏସଏ ଅଜିତ ଡୋଭାଲ, ବୈଦେଶିକ ସଚିବ ହର୍ଷବର୍ଦ୍ଧନ ସିଙ୍ଗଲା, ଭାରତୀୟ ରାଷ୍ଟ୍ରଦୂତ ଟିଏସ୍ ସାନ୍ଧୁ, ପ୍ରଧାନମନ୍ତ୍ରୀଙ୍କ ଯୁଗ୍ମ ସଚିବ ଆରଜି ଶ୍ରେଷ୍ଠ ଓ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିବେକ କୁମାର ପ୍ରମୁଖ ସାମିଲ ଥିଲେ। ହ୍ବାଇଟ ହାଉସରେ ମୋଦୀ-ବାଇଡେନଙ୍କ କଥାବାର୍ତ୍ତା ପୂର୍ବରୁ ଭାରତୀୟ ବଂଶୋଦ୍ଭବ ନାଗରିକମାନେ ଉଭୟ ନେତାଙ୍କୁ ସ୍ବାଗତ କରିଥିଲେ। ହ୍ବାଇଟ ହାଉସ ବାହାରେ ଭାରତୀୟ-ଆମେରିକୀୟମାନେ ମୋଦୀ-ବାଇଡେନଙ୍କ ଫଟୋ ପ୍ରଦର୍ଶନ ପୂର୍ବକ ବିଭିନ୍ନ ନାରା ଦେଇଥିଲେ। ବାଇଡେନଙ୍କ ସହିତ କଥାବାର୍ତ୍ତା ପରେ ମୋଦୀ କ୍ବାଦ ରାଷ୍ଟ୍ରଗୋଷ୍ଠୀ ବୈଠକରେ ଯୋଗ ଦେଇଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories