www.samajalive.in
Tuesday, December 9, 2025
15.1 C
Bhubaneswar

ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହେଲା ମୋବାଇଲ ସେବା; ଏୟାରଟେଲ କମ୍ପାନୀ ବସାଇଲା ୭ ଟାୱାର

ମାଓପ୍ରବଣ ମାଲକାନଗିରିର ସ୍ବାଭିମାନ ଅଞ୍ଚଳରେ ଆଜିଠାରୁ ଆରମ୍ଭ ହୋଇଛି ପ୍ରଥମ ମୋବାଇଲ ସେବା । ଏୟାରଟେଲ କମ୍ପାନୀ ପକ୍ଷରୁ ଏହି ଅଞ୍ଚଳରେ ୭ଟି ଟାୱାର ବସାଯାଇଛି । ଯାହାଫଳରେ ଦୁର୍ଗମ ସ୍ବାଭିମାନ ଅଞ୍ଚଳର ଅଧିବାସୀମାନେ ହାଇସ୍ପିଡ଼୍ ଡ଼ାଟା ସେବା ପାଇ ପାରିବେ ।  ଏହି ଟାୱାର ଗୁଡ଼ିକୁ ଆଜି ମାଲକାନଗିରି ଜିଲ୍ଲାର ହାନ୍ତାଗୁଡ଼ା, ଟିକିଲିପଦର, ଜନତାସାହି ଏବଂ ବାରଲାବେଡ଼ାରେ ସ୍ଥାପନ କରାଯାଇଛି ।  ରାଜ୍ୟ ସରକାର ଏବଂ ଓଡ଼ିଶା ପୁଲିସ ସହାୟତାରେ ଏହି ଟାୱାର ବସାଯାଇଛି ।

ଗତ ଅଗଷ୍ଟ ୨୯ ତାରିଖରେ ଡ଼ିଜିପି ଅଭୟଙ୍କ ମାଲକାନାଗିରି ଗସ୍ତ ସମୟରେ ଏହି ଟାୱାରଗୁଡ଼ିକ ପରିଦର୍ଶନ କରିଥିଲେ । ଗତ  ୬ ମାସ ମଧ୍ୟରେ ଏହି ଅଞ୍ଚଳ ବାସ୍ତବରେ ଖୁବ୍‍ ଉନ୍ନତ ହୋଇପାରିଛି ଏବଂ ଏହା କେବଳ ଏହିସବୁ ଟେଲିକମ୍‍ ଟାୱାର ପାଇଁ ସମ୍ଭବ ହୋଇପାରିଛି। ଏୟାରଟେଲର ଏହି ଟାୱାର ସ୍ଥାପନରେ  କୋରାପୁଟ ପୁଲିସ ଡ଼ି.ଆଇ.ଜି ଶେଫିନ୍‍ ଅହମ୍ମଦଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।

- Advertisement -

ଏହି ପରିପ୍ରେକ୍ଷୀରେ ଭାରତୀ ଏୟାରଟେଲ ପକ୍ଷରୁ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମନିଶ ଖାଣ୍ଡୁଜା  ଓଡ଼ିଶା ଟେଲିକମ୍‍ ସର୍କଲରେ ସବୁଠାରୁ ବୃହତ ସେବା ପ୍ରଦାନକାରୀ ହିସାବରେ ଅଧିକ ଆବଶ୍ୟକ କରୁଥିବା ଅପହଞ୍ଚ ଇଲାକାରେ ସେବା ଯୋଗାଇଦେବା ହେଉଛି ଆମର ବଡ଼ ପ୍ରାଥମିକତା ବୋଲି କହିଛନ୍ତି ।  ଆମର ନେଟୱାର୍କ ଟିମ୍‍ ଏବଂ ସହଯୋଗୀମାନେ ଓଡ଼ିଶା ସରକାରଙ୍କ ସହାୟତାରେ ବଡ଼ ବଡ଼ ଆହ୍ୱାନର ସମ୍ମୁଖୀନହୋଇ ଏହାକୁ ସଫଳ ରୂପାୟନ ଦେବାରେ ନିରନ୍ତର କାର୍ଯ୍ୟ କରିଆସିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories