www.samajalive.in
Monday, December 15, 2025
14.1 C
Bhubaneswar

ବିଧାୟକ ସେନ୍‌ଗରଙ୍କ ଖଲାସ ପାଇଁ କୋଟିଏ ଟଙ୍କା ଦାବି; ୨ଗିରଫ

ଲକ୍ଷ୍ନୌ : ଅନ୍ୟ ଏକ ଘଟଣାକ୍ରମେ ନିଜକୁ ସିବିଆଇ ଅଫିସର ଓ ବିଜେପି କର୍ମକର୍ତ୍ତା ପରିଚୟ ଦେଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ସିବିଆଇ ଗୁରୁବାର ଗିରଫ କରିଛି। ସେମାନେ ବିଧାୟକ ସେନ୍‌ଗରଙ୍କ ପତ୍ନୀ ସଙ୍ଗୀତା ସିଂହଙ୍କଠାରୁ ମାମଲା ରଫାଦଫା କରିଦେବା ତଥା ବିଧାୟକଙ୍କ ବିରୋଧରେ ଆଗତ ମାମଲା ବନ୍ଦ କରିଦେବା ପାଇଁ କୋଟିଏ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଥିଲା। ସମ୍ପୃକ୍ତ ଦୁଇ ଜଣଙ୍କ ଲକ୍ଷ୍ନୌର ବିଜୟ ଓ ଆଲୋକ ବୋଲି ଚିହ୍ନଟ କରାଯାଇଥିବା କହିଛନ୍ତି ଲକ୍ଷ୍ନୌ ଏସ୍‌ପି ଦୀପକ କୁମାର। ସୂଚନାନୁଯାୟୀ, ସଙ୍ଗୀତା ବାସ କରୁଥିବା ଇନ୍ଦିରା ନଗର ଘରକୁ ମେ ୫ରେ ଏକ ଅଜଣା ନମ୍ବରରୁ ଫୋନ୍‌ ଆସିଥିଲା ଓ ଉପରୋକ୍ତ ଦୁଇ ଜଣ ବ୍ୟକ୍ତି ବିଧାୟକଙ୍କୁ ସୁରୁଖୁରୁରେ ଖଲାସ କରିଦେବାର ପ୍ରତିଶ୍ରୁତି ଦେବା ସହ ଏଥିପାଇଁ କୋଟି ଟଙ୍କା ଦାବି କରିଥିଲେ। ସଙ୍ଗୀତା ଏତେ ଟଙ୍କା ଦେବା ନେଇ ଅକ୍ଷମତା ପ୍ରକାଶ କରିବାରେ ସେମାନେ ୫୦ଲକ୍ଷକୁ ଖସିଥିଲେ। ପର ଦିନ ସେମାନେ ଅନ୍ୟ ଏକ ନମ୍ବରରୁ ଫୋନ୍‌ କରିଥିଲେ। ଜଣେ ନିଜକୁ ରାଜୀବ ମିଶ୍ର ନାମରେ ସିବିଆଇ ଅଫିସର ବୋଲି ପରିଚୟ ଦେଇଥିଲେ ଏବଂ ମେ ୭ରେ ଲକ୍ଷ୍ନୌସ୍ଥିତ ସିବିଆଇ କାର୍ଯ୍ୟାଳୟକୁ ଆସି ଉପରୋକ୍ତ ଟଙ୍କା ଦେବାକୁ ସଙ୍ଗୀତାଙ୍କୁ କହିଥିଲେ। ସଙ୍ଗୀତା ଏ ସମ୍ପର୍କରେ ପ୍ରଥମେ ନିଜ ସମ୍ପର୍କୀୟଙ୍କୁ ଜଣାଇବା ପରେ ଗାଜିପୁର ପୁଲିସକୁ ଅବଗତ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories