ବଲାଙ୍ଗୀର: ନିମ୍ନମାନର ରାସ୍ତାକାମକୁ ନେଇ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବ ସମ୍ମୁଖରେ ଉଠବସ କରାଇବା ଘଟଣା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଏ ନେଇ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀଙ୍କ ଏତଲା କ୍ରମେ ପୂର୍ବରୁ ଥାନାରେ ମାମଲା ରୁଜୁ ହୋଇଥିଲା। ପରେ ତାଙ୍କୁ ଗିରଫ କରିବା ଲାଗି ବିଭିନ୍ନ ମହଲରୁ ଦାବି କରାଯାଉଥିବାବେଳେ ପୁଲିସ ବିଧାୟକଙ୍କୁ ଅଟକ ରଖିଛି। ପୁଲିସ ରବିବାର ରାତିରେ ନୂଆପଡ଼ା ଜିଲାର ସିନାପାଲି ଅଞ୍ଚଳରୁ ବିଧାୟକଙ୍କୁ ଆଣି ଅଟକ ରଖିଛି। ବଲାଙ୍ଗୀରର କୌଣସି ଅଜ୍ଞାତ ସ୍ଥାନରେ ରଖି ବିଧାୟକ ମେହେରଙ୍କୁ ଜେରା କରାଯାଉଥିବା ସୂଚନା ମିଳିଛି।
Popular Categories



