www.samajalive.in
Tuesday, December 9, 2025
26.1 C
Bhubaneswar

ଆରବିଆଇକୁ ପୁଣି ଝଟ୍‌କା; ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟଙ୍କ ଇସ୍ତଫା

ମୁମ୍ବଇ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ତାଙ୍କ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। କାର୍ଯ୍ୟକାଳ ଶେଷ ହେବାକୁ ୬ମାସ ବାକି ଥିଲାବେଳେ ଏହା ପୂର୍ବରୁ ତାଙ୍କର ଇସ୍ତଫା ଦେବା ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି।

ଆଚାର୍ଯ୍ୟ ଆରବିଆଇ ମୁଦ୍ରା ନୀତି ଦାୟିତ୍ଵରେ ରହିଥିଲେ। ଆଗାମୀ ୨୦୨୦ ଫେବୃୟାରୀରେ ସେ ନ୍ୟୁୟର୍କ ବିଶ୍ଵବିଦ୍ୟାଳୟରେ ଅର୍ଥନୀତି ପ୍ରଫେସର ଭାବେ ଯୋଗଦେଇଥାନ୍ତେ। କିନ୍ତୁ ଇସ୍ତଫା ଦେବା ପରେ ସେ ଆସନ୍ତା ଅଗଷ୍ଟରେ ନ୍ୟୁୟର୍କ ବିଶ୍ଵବିଦ୍ୟାଳୟରେ ପ୍ରଫେସର ଭାବେ ​ଯୋଗଦେବେ ବୋଲି ସୂଚନା ମିଳିଛି।

- Advertisement -

୨୦୧୭ ଜାନୁୟାରୀରେ ବିରଳ ଆଚାର୍ଯ୍ୟ ୩ବର୍ଷ ପାଇଁ ଆରବିଆଇରେ ଯୋଗଦେଇଥିଲେ। ସେହି ଅନୁସାରେ ୨୦୨୦ ଜାନୁୟାରୀରେ ତାଙ୍କ କାର୍ଯ୍ୟକାଳ ଶେଷ ହେବାର ଥିଲା। ତେବେ ଏହା ପୂର୍ବରୁ ଗତ ଡିସେମ୍ବରରେ ତତ୍କାଳୀନ ଗଭର୍ଣ୍ଣର ଉର୍ଜିତ ପଟେଲ ଇସ୍ତଫା ଦେଇଥିଲେ। ଆରବିଆଇର କାର୍ଯ୍ୟକଳାପରେ କେନ୍ଦ୍ରର ହସ୍ତକ୍ଷେପକୁ ନେଇ ଆରବିଆଇ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିବା କାରଣରୁ ଉର୍ଜିତ ପଟେଲ ଇସ୍ତଫା ଦେଇଥିଲେ। ଏହା ପରେ ଶକ୍ତିକାନ୍ତ ଦାସଙ୍କୁ ଗଭର୍ଣ୍ଣର ଭାବେ ନିଯୁକ୍ତ କରାଯାଇଥିଲା।

Hot this week

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

Related Articles

Popular Categories