ମୁମ୍ବଇ : ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ମିଶନ ମଙ୍ଗଳ’ ବକ୍ସ ଅଫିସରେ ଜବରଦସ୍ତ ଆୟ ଜାରି ରଖିଛି। ଖୁବ୍ଶୀଘ୍ର ଏହା ୨୦୧୯ର ଚତୁର୍ଥ ସବୁଠାରୁ ଅଧିକ ଆୟ କରିଥିବା ଚଳଚ୍ଚିତ୍ର ହେବାକୁ ଯାଉଛି। ‘ମିଶନ ମଙ୍ଗଳ’ ୧୦ ଦିନରେ ୧୪୯.୩୧ କୋଟି ଟଙ୍କାର ବ୍ୟବସାୟ କରିଛି। ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ଟ୍ବିଟର ଜରିଆରେ ଚଳଚ୍ଚିତ୍ରର ଆୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଛନ୍ତି। କମ୍ ସମୟ ମଧ୍ୟରେ ସବୁଠାରୁ ଅଧିକ ଆୟ କରିଥିବା ଚଳଚ୍ଚିତ୍ର ତାଲିକାରେ ‘ମିଶନ ମଙ୍ଗଳ’ ଚତୁର୍ଥ ସ୍ଥାନ ଅଧିକାର କରିବାକୁ ଆଉ ମାତ୍ର କିଛି ପାଦ ଦୂରରେ ଅଛି। ଏହା ଉପରେ କ୍ରମାଗତ ଭାବେ କବୀର ସିଂହ, ଉରୀ, ଭାରତ ଏବଂ କେସରୀ ରହିଛି। ତରଣଙ୍କ କହିବାନୁସାରେ, ରବିବାର କେସରୀକୁ ପଛରେ ପକାଇ ‘ମିଶନ ମଙ୍ଗଳ’ ଚତୁର୍ଥ ସ୍ଥାନ ଗ୍ରହଣ କରିବ।
ଜଗନ ଶକ୍ତିଙ୍କ ନିର୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଅକ୍ଷୟଙ୍କ ବ୍ୟତୀତ ବିଦ୍ୟା ବାଲନ, ତାପସୀ ପନ୍ନୁ, କୀର୍ତ୍ତି କୁହ୍ଲାରୀ, ସୋନାକ୍ଷୀ ସିହ୍ନା, ନିତ୍ୟା ମେନନ ଏବଂ ଶରମନ ଜୋଶୀ ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।
କମ୍ ସମୟରେ ସବୁଠାରୁ ଅଧିକ ଆୟ କରିଥିବା ଚଳଚ୍ଚିତ୍ର ତାଲିକାରେ ଚତୁର୍ଥ ସ୍ଥାନ ହାସଲ କରିବ ‘ମିଶନ ମଙ୍ଗଳ’
Popular Categories



