ପୋଖରୀରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର: ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ଛତାପିପଳ ଗାଁରେ ଅଭାବନୀୟ ଘଟଣା ଘଟିଛି। ଶନିବାର ସକାଳୁ ଗାଁ ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ କାଲୁ ଦୀପ ବୋଲି ଜଣାପଡିଛି। ସୂଚନା ମୂତାବକ ଗୁରୁବାର ସନ୍ଧ୍ୟାରେ କାଲୁ ଗାଁର କିଛି ଯୁବକ ମାନଙ୍କ ସହ ବସି ଜୁଆ ଖେଳୁଥିଲେ । ତାପରଠାରୁ ସେ ନିଖୋଜ ହୋଇଯାଇଥିଲେ ।

prayash

ପରିବାର ଲୋକ ଦୁଇ ଦିନ ହେବ କାଲୁଙ୍କୁ ବହୁ ଖୋଜାଖୋଜି କରିଥିଲେ । ହେଲେ କୌଣସି ପତ୍ତା ମିଳିନଥିଲା। ଏନେଇ ପରିବାର ଲୋକ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ । ଶନିବାର ସକାଳେ ଗାଁ ପୋଖରୀରୁ କାଲୁଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ସେପଟେ ଜୁଆ ଖେଳକୁ କେନ୍ଦ୍ର କରି କାଲୁଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ।

kalyan agarbati

Comments are closed.