www.samajalive.in
Friday, December 12, 2025
14.1 C
Bhubaneswar

ମିସାଇଲ ମ୍ୟାନ୍‍ଙ୍କ ଶେଷ କଥା

ଭାରତର ପୂର୍ବତନ ରାଷ୍ଟ୍ରପତି ଡ.ଏପିଜେ ଅବ୍‍ଦୁଲ କଲାମଙ୍କର ଏହି ଦୁନିଆ ଛାଡ଼ି ଯିବାର ୩ ବର୍ଷ ହୋଇଯାଇଛି। ତିନି ବର୍ଷ ପୂର୍ବେ ଅର୍ଥାତ୍‍ ୨୭ ଜୁଲାଇ ୨୦୧୫ରେ କଲାମଙ୍କ ଦେହତ୍ୟାଗ ଦ୍ୱାରା ଏ ଦୁନିଆ ଜଣେ ମହାନ ବ୍ୟକ୍ତିତ୍ୱଙ୍କୁ ହରାଇ ଦେଇଛି ଯାହା ଫେରିପାଇବା ଅସମ୍ଭବ। ସେ ଯିବା ପୂର୍ବରୁ ତାଙ୍କ ଅନ୍ତିମ ଶବ୍ଦରେ ଏକ ଆଦର୍ଶ ନାଗରୀକ ପାଇଁ ପ୍ରଶ୍ନଟିଏ ଛାଡ଼ି ଯାଇଛନ୍ତି। ପ୍ରଶ୍ନଟି ହେଉଛି, ଏହି ଦୁନିଆକୁ ଏହି ଧରିତ୍ରୀକୁ କିପରି ବଞ୍ଚିବା ଯୋଗ୍ୟ କରିହେବ?

କଲାମଙ୍କୁ ଅନ୍ତିମ ସମୟରେ ସାହାରା ଦେଇଥିବା ସୃଜନପାଲ ସିଂହଙ୍କ କହିବା ଅନୁସାରେ, “୨୭ ଜୁଲାଇରେ ଆମେ ସିଲଙ୍ଗ୍‍ ର ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମ୍ୟାନେଜ୍‍ମେଣ୍ଟ(ଆଇଆଇଏମ୍‍) କୁ ଯାଇଥିଲୁ। ରାସ୍ତାରେ ଗଲାବେଳେ ସେ ସଂସଦକୁ ନେଇ କିଛି କଥା ସେଠାକାର ଛାତ୍ରମାନଙ୍କ ସହ ଆଲୋଚନା କରିବେ ବୋଲି କହୁଥିଲେ। ସେଠାରେ ପହଞ୍ଚିବା ପରେ ଭାଷଣ ଦେବାପାଇଁ ସେ ମଞ୍ଚକୁ ଗଲେ ଓ ମୁଁ ପଛରେ ଠିଆ ହୋଇଥିଲି। ମଞ୍ଚରେ ଦୁଇ ପଦ କଥା କହିଛନ୍ତି କି ନାହିଁ ହଠାତ୍‍ ପଡ଼ିଗଲେ। ମୁଁ ତାଙ୍କୁ ମୋ ବାହୁରେ ଉଠାଇ ଧରିଥିଲି। ତା’ପରେ ତାଙ୍କୁ ଡାକ୍ତରଖାନା ନେଇଥିଲୁ ହେଲେ ବଞ୍ଚାଇ ପାରି ନଥିଲୁ। ଶେଷ ସମୟରେ ସେ ଗୋଟିଏ ବାକ୍ୟ କହିଥିଲେ ସେ ହେଉଛି, ଧରିତ୍ରୀକୁ ବଞ୍ଚିବା ଯୋଗ୍ୟ କିପରି କରିହେବ”?

- Advertisement -

 

କଲାମ ଆଇଆଇଏମ୍‍ ସିଲଙ୍ଗ୍‍ ର ଛାତ୍ରମାନଙ୍କୁ ଏକ ‘ସର୍‍ପ୍ରାଇଜ୍‍ ଆସାଇନ୍‍ମେଣ୍ଟ୍‍’ ଦେବାର ଯୋଜନା କରିଥିଲେ। ଏହି ଆସାଇନ୍‍ମେଣ୍ଟ୍‍ରେ ସେ ଛାତ୍ରମାନଙ୍କ ଠାରୁ ଏପରି ନୂଆ ଉପାୟ ଖୋଜିବା ପାଇଁ ଯୋଜନା କରିଥିଲେ ଯଦ୍ୱାରା ସଂସଦରେ ସୁଚାରୁ ରୂପେ ଗୃହକାର୍ଯ୍ୟ ପରିଚାଳନା ପାଇଁ ସୃଷ୍ଟି ହେଉଥିବା ଅଚଳାବସ୍ଥା ଦୂର କରିହେବ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories