www.samajalive.in
Friday, December 5, 2025
20.1 C
Bhubaneswar

ସ୍କୁଲ ବସ ଭିତରେ ୪ବର୍ଷର ଶିଶୁ କନ୍ୟାଙ୍କୁ ଯୌନ ଶୋଷଣ ମାମଲା ,ଦୁଇ ସେନା କର୍ମଚାରୀ ଙ୍କୁ ଆଜୀବନ ସଜ୍ଜା

ଗୋପାଳପୁର ,୩୧/୧୦ : ଗୋପାଳପୁର ଥାନା ଅଞ୍ଚଳରେ ଥିବା ଆର୍ମି ଏଡି କଲେଜ ପରିସରରେ ଗତ ଜାନୁଆରୀ ମାସରେ ସ୍କୁଲ ବସ ଭିତରେ ଜନୈକା ୪ ବର୍ଷର ଶିଶୁକନ୍ୟାଙ୍କୁ ଦୁଇଜଣ ସେନା କର୍ମଚାରୀ  ଯୌନ ଶୋଷଣ କରିଥିଲେ। ସ୍ୱତନ୍ତ୍ର ପୋକସ ଜଜ ପ୍ରଣତି ପଟ୍ଟନାୟକ  ଉକ୍ତ ବସରେ କାର୍ଯ୍ୟରତ ଦୁଇ ଜଣ ସେନା କର୍ମଚାରୀଙ୍କୁ ସେ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ ଗୁଜରାଟ ମେହେସନ ଜିଲା ସତଲାସନର ମୂଳ ନିବାସୀ ଭୂତେଦିଆ ଜଏସ କୁମାର (୩୦) ଓ ଦେଓଗଡ଼ ଜିଲା ବରକୋଟ ଥାନା ଅନ୍ତର୍ଗତ ବାଇଧର ଗାଁ’ର ହସେଲଦାର ମୁଣ୍ଡା(୩୭)।  ଜଏସ କୁମାର ଗୋପାଳପୁର ଆର୍ମି ଏଡି କଲେଜରେ ହାବିଲଦାର ଭାବେ କାମ କରୁଥିବା ବେଳେ ହସେଲଦାର ଆର୍ମି ଏଡ଼ି କଲେଜର ନାୟକ ଭାବେ କାମ କରୁଥିଲେ। ଜର୍ଜ ପ୍ରତ୍ୟେକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ସେହିପରି ପ୍ରତ୍ୟେକ ଅଭିଯୁକ୍ତକୁ ୧୦ ହାଜର ଲେଖାଏଁ ଜରିମାନା ଦେବା କୁ ନିର୍ଦେଶ ଦେଇଛନ୍ତି। ଉଭୟ ଅଭିଯୁକ୍ତଙ୍କ ଠାରୁ ଆଦାୟ ୨୦ ହଜାର ଜରିମାନା ଟଙ୍କା ପିଡ଼ିତାଙ୍କୁ ଦେବାକୁ ସେ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଜରିମାନା ଅନାଦେୟ ପ୍ରତ୍ୟେକ ୬ମାସ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି।  ସେହିପରି ଜଜ, ପିଡ଼ିତାଙ୍କୁ ସାଢ଼େ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବାପ୍ରାଧିକରଣଙ୍କୁ ନିର୍ଦେଶ ମଧ୍ୟ ଦେଇଥିବା ନେଇ ନିଜ ରାୟରେ ଉଲ୍ଲେଖ କରିଛନ୍ତି।
 ମାମଲାର ବିବରଣୀରୁ ପ୍ରକାଶ ଯେ, ଗତ ଜାନୁଆରୀ ୨ ତାରିଖରେ ଗୋପାଳପୁର ଥାନା ଅନ୍ତର୍ଗତ ଆର୍ମି ଏଡି କଲେଜ ପରିସରରେ  ଥିବା ଏକ ଇଂରାଜି ମାଧ୍ୟମ ସ୍କୁଲ ରେ ପଢ଼ୁଥିବା ଜନୈକା ୪ବର୍ଷର ଶିଶୁ କନ୍ୟାଙ୍କୁ ଭୟଭୀତ କରି  ସ୍କୁଲ ବସର ଡ୍ରାଇଭର ଓ ତାଙ୍କ ସହଯୋଗୀ ବସ୍ ଭିତରେ  ଯୌନ ଶୋଷଣ କରିଥିଲେ।  ପରେ ଏନେଇ ଜାନୁଆରୀ ତିନି ତାରିଖରେ ପିଡିତା  ଶିଶୁ କନ୍ୟା ଙ୍କ ପରିବାର ପକ୍ଷରୁ ଗୋପାଳପୁର ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ପିଡ଼ିତାଙ୍କ ବୟାନକୁ ଆଧାର କରି ୦୨/୨୫ ରେ ଏକ ମାମଲା ରୁଜୁ କରିଥିଲା। ଘଟଣାର ତଦନ୍ତ କରି  ଉକ୍ତ ବସରେ ଡ୍ରାଇଭର ଥିବା ଜଏସ କୁମାର  ଓ ହେଲପର ହସେଲଦାର ମୁଣ୍ଡାଙ୍କୁ ଗତ ଜାନୁଆରୀ ୪ ତାରିଖ ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତଦନ୍ତକାରି ଅଧିକାରୀ ତଥା ବୈଦ୍ୟନାଥପୁର ଥାନା ଅଧିକାରୀ ସୁଚିତ୍ରା ପରିଡା ଏନେଇ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ। ମାମଲାର ବିଚାରଣା ବେଳେ ୭ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସାକ୍ଷୀ ମାନଙ୍କ ବୟାନ ,ଏଫଏମଟି ବିଭାଗ ମୁଖ୍ୟ ପ୍ରଫେସର ଡା. ସୁଦୀପା ଦାଶଙ୍କ ମେଡିକାଲ ରିପୋର୍ଟ ଆଧାର ରେ ଉପଯୁକ୍ତ ପ୍ରମାଣ ମିଳିଥିବାରୁ ଜଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories