www.samajalive.in
Monday, December 8, 2025
20.1 C
Bhubaneswar

ଘରୋଇ ଗ୍ୟାସ୍ ସିଲିଣ୍ଡର୍ ଜବତ

ରାଇକିଆ :ରାଇକିଆ ବ୍ଲକ ଅଫିସ ନିକଟରେ ଦୁଇଟି ଘରେ ବେଆଇନ ଭାବେ ଗଚ୍ଛିତ ରଖି ଚଢ଼ା ଦରରେ ବିକ୍ରୀ କରୁଥିବା ଜଣାପଡ଼ିଛି। ଗଛିତ ଥିବା ୬୦ ଗ୍ୟାସ ସିଲିଣ୍ଡର୍‌କୁ ଯୋଗାଣ ବିଭାଗ ତରଫରୁ ଜବତ କରାଯାଇଛି।କୌଣସି ବିଶ୍ବସ୍ତ ସୂତ୍ରରୁ ଖବରପାଇ ଜିଲା ଅତିରିକ୍ତ ଯୋଗାଣ ଅଧିକାରୀ ମାୟାଧର ସାହୁ ଚଢ଼ାଉ କରି ଦୁଇଟି ସ୍ଥାନରୁ ୧୯ ଏବଂ ୪୦ ଘରୋଇ ଗ୍ୟାସ୍ ସିଲିଣ୍ଡର୍‌ ଜବତ କରିଥିଲେ। ସେଥି ମଧ୍ୟରୁ ୨୫ଟି ଗ୍ୟାସ୍ ଭର୍ତ୍ତି ଏବଂ ୩୫ଟି ଖାଲି ସିଲିଣ୍ଡର୍ ରହିଛି। ଏହି ଚଢ଼ାଉ ବେଳେ ରାଇକିଆ ଯୋଗାଣ ନିରୀକ୍ଷକ କିରଣ ବେହେରା, କ. ନୂଆଗାଁ ଯୋଗାଣ ନିରୀକ୍ଷକ ସୌମ୍ୟରଞ୍ଜନ ଭୋଳ, ଟିକାବାଲି ଯୋଗାଣ ନିରୀକ୍ଷକ ଅଞ୍ଜନ କୁମାର ଦିଗାଲ ସାମିଲ ହୋଇଥିଲେ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories