www.samajalive.in
Saturday, December 6, 2025
16.1 C
Bhubaneswar

ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା ଅର୍ଜନ କଲେ ମୀରାବାଈ ଚାନୁ

ନୂଆଦିଲ୍ଲୀ: ଟୋକିସ ଅଲିମ୍ପିକ୍‌ସରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି ଭାରତୀୟ ମହିଳା ଭାରୋତ୍ତୋଳନକାରୀ ମୀରାବାଈ ଚାନୁ। ୪୯ କେଜି ଓଜନ ବର୍ଗରେ ମୀରାବାଈ ଅଲିମ୍ପିକ୍‌ସ ନିମନ୍ତେ ଯୋଗ୍ୟତା ହାସଲ କରିଥିବା ଅନ୍ତର୍ଜାତୀୟ ଭାରୋତ୍ତୋଳନ ମହାସଂଘ ତରଫରୁ ଶୁକ୍ରବାର ଘୋଷଣା କରାଯାଇଛି। ୨୬ ବର୍ଷୀୟା ମଣିପୁରର ଏହି ମହିଳା ଭାରୋତ୍ତୋଳନକାରୀ ବିଶ୍ବ ମାନ୍ୟତା ଅନୁଯାୟୀ ଅଲିମ୍ପିକ୍‌ସ ନିମନ୍ତେ ଯୋଗ୍ୟତା ହାସଲ କରିଛନ୍ତି। ମହିଳା ୪୯ କେଜି ବିଭାଗରେ ମୀରାବାଈ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ନିୟମ ଅନୁଯାୟୀ ମହିଳା ଓ ପୁରୁଷ ଭାରୋତ୍ତୋଳନ ବିଭାଗର ବିଭିନ୍ନ ଓଜନବର୍ଗରେ ମାନ୍ୟତାର ଶୀର୍ଷ ୮ଟି ସ୍ଥାନରେ ରହିଥିବା ଭାରୋତ୍ତୋଳନକାରୀମାନେ ଅଲିମ୍ପିକ୍‌ସ ନିମନ୍ତେ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ୪୯ କେଜି ବିଭାଗରେ ଚୀନ୍‌ର ହୋୟୁ ଝିହୁଇ ଶୀର୍ଷ ସ୍ଥାନରେ ରହିଛନ୍ତି।

ମୀରାବାଇ ଓ ଝିହୁଇଙ୍କ ବ୍ୟତୀତ ଆଉ ଦୁଇଜଣ ଏସୀୟ ଭାରୋତ୍ତୋଳନକାରୀ ସିଧାସଳଖ ଅଲିମ୍ପିକ୍‌ସ ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ଦୁଇଜଣ ହେଉଛନ୍ତି ଇଣ୍ଡୋନେସିଆର ଆଇସା ୱିଣ୍ଡି କାଣ୍ଟିକା ଓ ଭିଏତନାମ୍‌ର ୱଙ୍ଗ୍‌ ଥି ହୁଏନ୍‌। ଏହି ଦୁଇଜଣ ମାନ୍ୟତାରେ ଯଥାକ୍ରମେ ୫ମ ଓ ୭ମ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ପୁରୁଷ ୬୭ କେଜି ବିଭାଗରେ ଭାରତର ଜେରେମି ଲାଲରିନ୍‌ନୁଙ୍ଗା ଟୋକିଓ ଅଲିମ୍ପିକ୍‌ସ ନିମନ୍ତେ ସିଧାସଳଖ ଅଲିମ୍ପିକ୍‌ସ ନିମନ୍ତେ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛନ୍ତି। ଏହି ଓଜନ ବର୍ଗରେ ସେ ୧୨ନଂରେ ରହିଛନ୍ତି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories