www.samajalive.in
Saturday, December 6, 2025
16.1 C
Bhubaneswar

ବୈଷ୍ଣୋଦେବୀ ପୀଠ ନିକଟରେ ତିଆରି ହେବ ଡିଜନିଲ୍ୟାଣ୍ଡ

ଜାମ୍ମୁ: କାଟ୍ରାସ୍ଥିତ ମାତା ବୈଷ୍ଣୋଦେବୀ ପୀଠ ନିକଟରେ ଏକ ଡିଜନିଲ୍ୟାଣ୍ଡ୍‍ ସ୍ଥାପନ କରାଯିବ। ସେଠାରେ ଭାରତର ପୁରାଣ କଥାବସ୍ତୁକୁ ପ୍ରଦର୍ଶିତ କରାଯିବ। ଏହା ସରକାରୀ-ଘରୋଇ ସହଭାଗିତାରେ ନିର୍ମାଣ ହେବ। ସେଥିପାଇଁ ଜାମ୍ମୁ କାଶ୍ମୀର ସରକାର ସଂପ୍ରତି ଏକ ଘରୋଇ ସହଭାଗୀ ସନ୍ଧାନରେ ଅଛନ୍ତି। ଏହି ଥିମ୍‍ ପାର୍କରେ ମୁଖ୍ୟତଃ ରାମାୟଣ ଓ ମହାଭାରତ କଥାବସ୍ତୁକୁ ପ୍ରଦର୍ଶନ କରାଯିବ ବୋଲି ଜଣାଯାଇଛି।
ସରକାରୀ ସୂତ୍ରରୁ ପ୍ରକାଶ ଯେ କାଟ୍ରା ଥିମ୍‍ ପାର୍କରେ ଶିକ୍ଷା ଏବଂ ମନୋରଂଜନ ଉଭୟ ବିଷୟ ସ୍ଥାନ ପାଇବ। ସରକାର ପୁରାଣ କଥାବସ୍ତୁକୁ ପର୍ଯ୍ୟଟନରେ ପ୍ରମୁଖ ସ୍ଥାନ ଦେବାକୁ ପ୍ରୟାସ କରୁଛନ୍ତି, ଯାହା ସେଠାକାର ଅର୍ଥନୈତିକ ବିକାଶରେ ସହାୟକ ହେବ। ଏହି କେନ୍ଦ୍ରଶାସିତ ଅଞ୍ଚଳ ସରକାର ସିମେଣ୍ଟ ତିଆରି କାରଖାନା କରି ଆର୍ଥିକ ବିକାଶ ଯୋଜନା କରୁନାହାନ୍ତି, ସେଥିପାଇଁ ଭିନ୍ନ ଯୋଜନା କରୁଥିବା କହିଛନ୍ତି ଜଣେ ଅଧିକାରୀ। କାଟ୍ରା ଥିମ୍‍ ପାର୍କରେ ପ୍ରାୟ ୫୦୦ କୋଟି ଟଙ୍କା ବିନିଯୋଗ କରାଯିବ। ଡିଜନି ଭଳି ଜଣେ ବିଦେଶୀ ସହଭାଗୀଙ୍କୁ ଏଥିପାଇଁ ଖୋଜା ଚାଲିଛି। ଏହା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟିକରିବ, ଯାହା ଆତଙ୍କବାଦରେ ଗୁରୁତର ଭାବେ ପ୍ରଭାବିତ ଏହି କେନ୍ଦ୍ରଶାସିତ ଅଞ୍ଚଳର ଯୁବବର୍ଗ ଆବଶ୍ୟକ କରୁଛନ୍ତି।
ସୂଚନାଯୋଗ୍ୟ ଯେ ମାତା ବୈଷ୍ଣୋଦେବୀ ପୀଠକୁ ବର୍ଷକୁ ପ୍ରାୟ ୮୦ ଲକ୍ଷ ପର୍ଯ୍ୟଟକ ଆସୁଥିବାବେଳେ ଥିମ୍‍ ପାର୍କକୁ ନିଶ୍ଚିତ ଭାବରେ ବହୁ ସଂଖ୍ୟକ ପର୍ଯ୍ୟଟକ ଆସିବା ପସନ୍ଦ କରିବେ। ଏହାକୁ ମାତାଙ୍କ ଦର୍ଶନ ପରବର୍ତ୍ତୀ ଆକର୍ଷଣ ଭାବରେ ଉପସ୍ଥାପନ କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories