www.samajalive.in
Monday, December 8, 2025
13.1 C
Bhubaneswar

ଫ୍ରେଞ୍ଚ ଓପନ – ପ୍ରଥମ ଗ୍ରାଣ୍ଡସ୍ଲାମ ଜିତିଲେ କ୍ରେସିକୋଭା

ପ୍ୟାରିସ୍: ଚେକ୍ ଗଣରାଜ୍ୟ ତରୁଣୀ ବାର୍ବୋରା କ୍ରେସିକୋଭା ପ୍ରଥମ ଗ୍ରାଣ୍ଡସ୍ଲାମ ଟ୍ରଫି ବିଜୟୀ ହୋଇଛନ୍ତି। ବର୍ଷର ଦ୍ବିତୀୟ ଗ୍ରାଣ୍ଡସ୍ଲାମ ଫ୍ରେଞ୍ଚ ଓପନ ମହିଳା ସିଙ୍ଗଲ୍‌ସ ବିଭାଗରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି ବାର୍ବୋରା କ୍ରେସିକୋଭା। ଶନିବାର ରୋଲାଣ୍ଡ ଗାରୋସ୍‌ରେ ଖେଳାଯାଇଥିବା ମହିଳା ସିଙ୍ଗଲ୍‌ସର ସଂଘର୍ଷପୂର୍ଣ୍ଣ ଫାଇନାଲରେ କ୍ରେସିକୋଭା ୬-୧, ୨-୬ ଓ ୬-୪ ସେଟ୍‌ରେ ରୁଷିଆର ଆନାସ୍ତାସିଆ ପାଭଲ୍ୟୁଚେଙ୍କୋଭାଙ୍କୁ ପରାସ୍ତ କରି କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟ୍ରଫି ହାସଲ କରିଛନ୍ତି। ଗ୍ରାଣ୍ଡସ୍ଲାମ ଇତିହାସରେ ପ୍ରଥମ ଥର ପାଇଁ ମହିଳା ସିଙ୍ଗଲ୍‌ସରେ ଶୀର୍ଷସ୍ତରୀୟ ଖେଳାଳିଙ୍କ ବିନା ଫାଇନାଲ ମ୍ୟାଚ ଦେଖିବାକୁ ମିଳିଥିଲା।

ବିଶ୍ବ ମାନ୍ୟତାର ୩୨ତମ ସ୍ଥାନରେ ଥିବା ପାଭଲ୍ୟୁଚେଙ୍କୋଭା ଓ ୩୩ତମ ମାନ୍ୟତାପ୍ରାପ୍ତ ଚେକ୍‌ ଗଣରାଜ୍ୟର ବାର୍ବୋରା କ୍ରେସିକୋଭା ପ୍ରଥମ ଥର ପାଇଁ ଗ୍ରାଣ୍ଡସ୍ଲାମ ଫାଇନାଲକୁ ଓହ୍ଲାଇଥିଲେ। ପ୍ରଥମ ଗ୍ରାଣ୍ଡସ୍ଲାମ ଟ୍ରଫି ବିଜୟ ପାଇଁ ଦୁଇ ଖେଳାଳି ଦୁଇଘଣ୍ଟା ପାଖାପାଖି କୋର୍ଟରେ ସଂଘର୍ଷ କରିଥିଲେ। ୨୫ ବର୍ଷୀୟା କ୍ରେସିକୋଭା ପ୍ରଥମ ସେଟ୍‌କୁ ୬-୧ରେ ଜିତି ନେଇଥିଲେ। ଦ୍ବିତୀୟ ସେଟ୍‌ରେ ପାଭଲ୍ୟୁଚେଙ୍କୋଭା ପ୍ରତ୍ୟାବର୍ତ୍ତନ କରିବା ସହ ୬-୨ରେ ଜିତି ମ୍ୟାଚକୁ ଫେରିଥିଲେ। ତୃତୀୟ ସେଟ୍‌ କଡା ସଂଘର୍ଷପୂର୍ଣ୍ଣ ହୋଇଥିଲା। ଏଥିରେ କ୍ରେସିକୋଭା ୬-୪ ସେଟ୍‌ରେ ବିଜୟୀ ହୋଇଥିଲେ। ପୂର୍ବରୁ କ୍ରେସିକୋଭା ୨୦୧୭ରେ ୱିମ୍ବିଲଡନ, ୨୦୧୪ରେ ୟୁଏସ୍‌ ଓପନର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ଯାହା ଗ୍ରାଣ୍ଡସ୍ଲାମ ମହିଳା ସିଙ୍ଗଲ୍‌ସ ବିଭାଗର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories