www.samajalive.in
Sunday, December 14, 2025
23.1 C
Bhubaneswar

ନାବାଳିକା ଗର୍ଭବତୀ, ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ

କଲମପୁର : ପ୍ରଥମେ ପ୍ରେମ, ପୁଣି ବିବାହର ପ୍ରତିଶୃତି, ପରେ ଶାରିରୀକ ସମ୍ପର୍କ । ଯେତେବେଳେ ଗର୍ଭବତୀ ହେବା ପରେ ବିବାହ ପାଇଁ  ନାବାଳିକା ସମ୍ପୃକ୍ତ ସଂପର୍କୀୟ ଭାଇକୁ କହିଲା, ଫେରାର ମାରିଛନ୍ତି ପ୍ରେମ କରୁଥିବା ପ୍ରତାରକ ଭାଇ। ଘଟଣାକୁ ନେଇ ଜାତି ସମାଜରେ ସମାଧାନ ହେଇ ପାରିଲା ନାହିଁ । ତେଣୁ ନ୍ୟାୟ ଭିକ୍ଷା ଆଶାରେ ପରିବାର ସହ କଲମପୁର ଥାନାର ଦ୍ବାରସ୍ଥ ହେଇଛନ୍ତି ପୀଡିତା । ଏଭଳି ଘଟଣା ଏବେ କଲମପୁର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

ସୂଚନା ଅନୁସାରେ କଲମପୁର ଥାନା ଅଞ୍ଚଳରେ ଆଶ୍ଵିନ ମାଝି ନାମକ ଜନୈକ ଯୁବକ ନିଜ ଗାଁର ଜନୈକ ସମ୍ପର୍କୀୟ ନାବାଳିକା ଭଉଣୀକୁ ପ୍ରେମ ଜାଲରେ ଫସାଇ ଥିଲା।  ବିବାହର ପ୍ରତିଶୃତି ଦେଇ ରଖିଥିଲା ଶାରୀରିକ ସମ୍ପର୍କ । ଯେତେବେଳେ ନାବାଳିକା ଜଣକ ଗର୍ଭବତୀ ବୋଲି ଜାଣିଲା ସେତେବେଳେ ଯୁବକକୁ ବିବାହ କରିବାକୁ ଅନୁରୋଧ କଲା କିନ୍ତୁ ଯୁବକ ଜଣକ ଧରାଛୁଆଁ ଦେବା ବଦଳରେ ଘଟଣା ସମ୍ବନ୍ଧରେ କାହାକୁ ଜଣାଇଲେ ଜୀବନରେ ମାରିଦେବାକୁ ଧମକ ଦେଇ ଫେରାର ମାରିଛି । ଏନେଇ ଅନ୍ୟ ଉପାୟ ନପାଇ ଶୁକ୍ରବାର କଲମପୁର ଥାନା ଅଧିକାରୀଙ୍କ ଦ୍ବାରସ୍ଥ ହେଇଛନ୍ତି ପୀଡ଼ିତାଙ୍କ ବାପ। ନ୍ୟାୟ ଭିକ୍ଷା କରିଛନ୍ତି । ଏହି ଘଟଣାକୁ ନେଇ କଲମପୁର ଥାନାରେ ମାମଲା ପଞ୍ଜିକରଣ କରାଯାଇଛି ।

Hot this week

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

Related Articles

Popular Categories