www.samajalive.in
Saturday, December 6, 2025
16.1 C
Bhubaneswar

ବିଷାକ୍ତ ସାପ କାମୁଡାରେ ନାବାଳକ ମୃତ

ପାଟଣା: ବିଷାକ୍ତ ସାପ କାମୁଡାରେ ନାବାଳକ ମୃତ । ପାଟଣା ଥାନା ଅନ୍ତର୍ଗତ ସରାସକୋଲା ଗାଁରେ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ସାପ କାମୁଡାରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ମୃତକ ଅମିତ କୁମାର ଦେହୁରୀ ବୋଲି ଜଣାପଡିଛି।  ମିଳିଥିବା ସୂଚନା ଅନୁଯାୟୀ ଅମିତ୍ ରାତିରେ  ଖାଇସାରି ଘରେ ଶୋଇଥିବା ବେଳେ ତାଙ୍କୁ ଏକ ବିଷଧର ସାପ କାମୁଡିଥିଲା । ପରିବାର ଲୋକେ ଅମିତକୁ ସକାଳେ ଉଠାଇଥିଲେ। କିନ୍ତୁ ତାଙ୍କର ଦେହ ଭଲ ଲାଗୁନଥିବା କହିଥିଲେ । ଅମିତକୁ ସଙ୍ଗେ ସଙ୍ଗେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅମିତଙ୍କର ମୃତ୍ୟୁ ଘଟିଛି। ଏନେଇ ପାଟଣା ଥାନାରେ‌‌ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଏସଆଇ ଲକ୍ଷ୍ମଣ ମାଝୀ ଶବ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories