www.samajalive.in
Sunday, December 14, 2025
19.1 C
Bhubaneswar

ମନ୍ତ୍ରୀଙ୍କ ଦ୍ୱାରା ପାତ୍ରପୁର ବ୍ଳକରେ ଭତ୍ତା ବଣ୍ଟନ

ପାତ୍ରପୁର : ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ମଧୁବାବୁ ପେନସନ ଯୋଜନା ଆନୁକୂଲ୍ୟରେ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ପାତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ମୁଖ୍ୟଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ମନ୍ତ୍ରୀ ପାତ୍ରପୁରରେ ପହଞ୍ଚିବା ପରେ ମା କୁଠାରୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହିତ ଆଶୀର୍ବାଦ ଭିକ୍ଷା କରିଥିଲେ । ପରେ ବହୁ  ଦଳୀୟ କର୍ମୀ ଓ ହିତାଧିକାରୀ ମନ୍ତ୍ରୀଙ୍କୁ  ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିବା ସହ ସମ୍ମିଳନୀ କକ୍ଷକୁ ପାଛୋଟି  ଆଣିଥିଲେ । ପାତ୍ରପୁର ବିଡ଼ିଓ ସୁମନ ସୁଧା କୁଣ୍ଡୁଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ମଧୁବାବୁ ପେନସନ ଯୋଜନାରେ ସାମିଲ  ହିତାଧିକାରୀଙ୍କୁ  ମନ୍ତ୍ରୀ  ଭତ୍ତା  ବଣ୍ଟନ କରିଥିଲେ । ବ୍ଲକର ୨୩ ଗୋଟି  ପଞ୍ଚାୟତର  ୨୨୬୮ ଜଣ ହିତାଧିକାରୀ ମଧୁବାବୁ ପେନସନ ଯୋଜନାରେ  ନୂତନ ହିତାଧିକାରୀ ଭାବେ ଭତ୍ତା ପାଇବା ପାଇଁ ମନୋନୀତ ହୋଇଥିବା ବେଳେ ସେଥି ମଧ୍ୟରୁ କିଛି  ହିତାଧିକାରୀ ପହଞ୍ଚି ପାରିନ ନଥିବାରୁ ସେହି  ହିତାଧିକାରୀ ମାନଙ୍କୁ  ୧୫ ଅଗଷ୍ଟ ସ୍ଵାଧୀନତା ଦିବସରେ  ନିଜ ନିଜର ପଞ୍ଚାୟତରେ ଭତ୍ତା ବଣ୍ଟନ କରିବାକୁ ମନ୍ତ୍ରୀ  ନିର୍ଦ୍ଦେଶ ଦେଇଥିଲେ। ବ୍ଲକ ସମାଜିକ ସୁରକ୍ଷା  ଅଧିକାରୀ ସ୍ନେହାଶିଷ  ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହିତ  ତାଙ୍କ ପୁତ୍ର  ତଥା ସମାଜସେବୀ ଶ୍ରୀରୂପ ଦେବ, ବରିଷ୍ଠ  ବିଜେଡି ନେତା  ସଚ୍ଚିଦାନନ୍ଦ ରାଜଗୁରୁ , ଦୀପକ କୁମାର ଜେନା ପ୍ରମୁଖ ବହୁ ବ୍ୟକ୍ତି  ଉପସ୍ଥିତ ଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories