www.samajalive.in
Sunday, December 14, 2025
26.1 C
Bhubaneswar

ସୁପୋଷଣ ପ୍ରକଳ୍ପ ଉଦଘାଟିତ 

ପାଟଣା : ଜାତୀୟ ସ୍ତରୀୟ ସାମାଜିକ ସେବା ପ୍ରଦାନକାରୀ ସଂସ୍ଥା ଆଇଜିଏସଏସଏସ ଭୁବନେଶ୍ୱର ତରଫରୁ ରବିବାର ହରିଚନ୍ଦନପୁର ବ୍ଲକ ପିଟାପିଟି ଗ୍ରାମପଞ୍ଚାୟତର ଜୁଆଙ୍ଗ ଅଧ୍ୟୁଷିତ କୁଆଝରଣ ଗ୍ରାମରେ ପରୀକ୍ଷାମୂଳକ ଭାବେ ଏକ ସୁପୋଷଣ ପ୍ରକଳ୍ପର ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଗର୍ଭବତୀ, ପ୍ରସୂତି, ଶିଶୁ ଓ କିଶୋରୀ, ବାର୍ଦ୍ଧକ୍ୟ ଓ ୫ ବର୍ଷର ଶିଶୁ ମାନେ କିପରି ମାନଙ୍କୁ କିପରି କୁପୋଷଣରୁ ମୁକ୍ତ କରାଯାଇ ସୁପୋଷିତ କରାଯିବା ସହ ପୋଷଣ ନିରାପତ୍ତାକୁ କିପରି ସୁନିଶ୍ଚିତ କରାଯାଇ ପାରିବ ଏହା ପ୍ରକଳ୍ପର ଲକ୍ଷ୍ୟ ରଖାଯାଇଛି । ପରୀକ୍ଷାମୁଳକ ଭାବେ ହେବାକୁ ଥିବା କାର୍ଯକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ କାର୍ଯକ୍ରମ ବିଷୟରେ ପରାମର୍ଶଦାତା ଭାବେ ଶିବନାଥ ପ୍ରଧାନ ଯୋଗ ଦେଇ ଉପସ୍ଥିତ ଥିବା ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ। ଆଗାମୀ ଦିନରେ ପ୍ରକଳ୍ପ ତରଫରୁ ପୋଷଣ ବଗିଚା ଓ ଫଳଚାରା ରୋପଣ ଉପରେ ଗୁରୁତ୍ୱ ଦେବା ସହ ଶିଶୁ ମାନଙ୍କର ବହୁମାପ ଓ ଓଜନ ଉପରେ ଗୁରୁତ୍ୱ ଦିଆଯିବାକୁ ଆଲୋଚିତ ହୋଇଥଲା । ଗ୍ରାମର ସେଚ୍ଛାସେବୀ ଶ୍ରୀମତୀ ଜୁଆଙ୍ଗ କାର୍ଯକ୍ରମକୁ ପରିଚାଳନା କରିଥିଲେ। ଏହି ଉନ୍ମୋଚନ ଦିବସରେ ଗ୍ରାମର ୭୫ ଜଣ ଜୁଆଙ୍ଗ ଭାଇ ଭଉଣୀ ଉପସ୍ଥିତ ଥିଲେ ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories