www.samajalive.in
Sunday, December 14, 2025
14.1 C
Bhubaneswar

ଭୋଳବେଡାରେ ସାମାଜିକ ଶିକ୍ଷା ସାଧନ କେନ୍ଦ୍ର ଉଦଘାଟିତ

ପାଟଣା : ଘଟଗାଁ ବ୍ଲକ ଭୋଳବେଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆସ୍ପାୟାର ପକ୍ଷରୁ ସାମାଜିକ ଶିକ୍ଷା ସାଧନ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଯୋଗଦେଇ ଥିବା ବେଳେ ବ୍ଲକ ଅଧ୍ୟକ୍ଷ ଗୀତାଞ୍ଜଳି ନାୟକ ,ସରପଞ୍ଚ ସଂଧ୍ୟାରଣୀ ନାୟକ , ବିଡିଓ ଉମାକାନ୍ତ ପରିଡା, ଏବିଡିଓ ଚିତ୍ତରଞ୍ଜନ ନାୟକ ଏବଂ ମନୋହରପୁର ଗ୍ରାମ ପଞ୍ଚାୟତର ସରପଂଚ ଦୁଃଶାସନ ନାୟକ ଯୋଗ ଦେଇଥିଲେ। ଏହି ଶିକ୍ଷା ସାଧନ କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ ଅଞ୍ଚଳର ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ କିପରି କମ୍ପ୍ୟୁଟର ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ସହିତ କମ୍ପ୍ୟୁଟର ଜ୍ଞାନ ବୃଦ୍ଧି କରିପାରିବେ। ଏଥିରେ ଭୋଳବେଡା ସାଧନ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିବା ବେଳେ ଆସ୍ପାୟାର ବ୍ଲକ ସଂଯୋଜକ ଘନଶ୍ୟାମ ସାମ୍ବାଡ଼ , ବିଏଲସି ଦୀପ୍ତିମୟୀ ମହାନ୍ତ , ସିଇଆରସି ସଂଯୋଜକ ପ୍ରମୋଦ ସାହୁ , ଡମ୍ବରୁଧର ନାଏକ, ପଲ୍ଲବ କୁମାର ଏହି ଉଦଘାଟନୀ ସଭାରେ ଯୋଗଦେଇଥିଲେ ।  ଯଶୋବନ୍ତ ମହାନ୍ତ,ସୁଧାଂଶୁ ଶେଖର ବେହେରା,ଦେବାଶିଷ ମହାନ୍ତ,ଫକୀର ଚରଣ ମହାନ୍ତ ,ସିପୁନ ବାରିକ ,ସଂଗ୍ରାମ ରାଉତ, ବିବେକାନନ୍ଦ ମହାନ୍ତ,ଶୁଭଲକ୍ଷ୍ମୀ ଦଳେଇ,ଝିଲିମଣି ମହାପାତ୍ର,ଦେଶବନ୍ଧୁ ଚିତ୍ତରଞ୍ଜନ ମହାନ୍ତ, ବଳଭଦ୍ର ମହାପାତ୍ର, ଗୋଲଖ ନାୟକ, ରାଜକିଶୋର ବେହେରା, ବାଦଲ ନାୟକ, ସାମାଜିକ ଶିକ୍ଷା ସାଧନ କେନ୍ଦ୍ର ର ସମ୍ପାଦକ ରଜତ କୁମାର ନାଏକ ଏବଂ ପଞ୍ଚାୟତବାସୀ ସହଯୋଗ କରିଥିଲେ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories