ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଆଜି ଆଇଆଇଟି ଖଡ଼ଗପୁର ପକ୍ଷରୁ ‘ୟଙ୍ଗ ଆଲୁମିନି ଆଚିଭର ଆୱାର୍ଡ’ରେ ସମ୍ମାନିତ କରାଯାଇଛି। ଆଇଆଇଟି ଇନଷ୍ଟିଚ୍ୟୁଟର ୭୨ ତମ ପ୍ରତିଷ୍ଠା ଦିବସ ଅବସରରେ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଆଇଆଇଟି ଖଡ଼ଗପୁରରୁ ଏମଟେକ ଉତ୍ତୀର୍ଣ୍ଣ ହେବା ପରେ ମନ୍ତ୍ରୀ ଶ୍ରୀ ବେହେରା ଶିକ୍ଷାଦାନ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ରହି ଅନେକ ସେବା ଓ ବିକାଶମୂଳକ କାର୍ଯ୍ୟ ସମ୍ପାଦନ କରଛନ୍ତି। ଏଥି ସହିତ ଖୁବ କମ ବୟସରୁ ରାଜନୀତିରେ ପ୍ରବେଶ କରି ଦୁଇ-ଦୁଇ ଥର ମନ୍ତ୍ରୀ ପଦରେ ରହି ରାଜ୍ୟବାସୀଙ୍କ ପାଇଁ ଅନେକ କାର୍ୟ୍ୟ କରିଛନ୍ତି। ଏହି ଉଲ୍ଲେଖନୀୟ କାର୍ୟ୍ୟଲାଗି ଆଇଆଇଟି ଖଡ଼ଗପୁର ପକ୍ଷରୁ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସମଗ୍ର ଓଡ଼ିଶା ତଥା କାକଟପୁର ବାସୀଙ୍କ ସ୍ନେହ ଓ ଶ୍ରଦ୍ଧା ଯୋଗୁଁ ଏହି ସମ୍ମାନ ମିଳିପାରିଛି ଓ ଏହା ଆଗାମୀ ଦିନରେ ଓଡିଶା ବାସୀଙ୍କ ପାଇଁ ଅଧିକ କାର୍ୟ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଏହି ଅବସରରେ ପ୍ରକାଶ କରିଥିଲେ।
Popular Categories



