ଭୁବନେଶ୍ୱର: ଆଜି ସୁଦ୍ଧା ଡ୍ରାଇଭର ମହାସଂଘଙ୍କ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଜି ରାତି ସୁଦ୍ଧା ମହାସଂଘ ସହିତ ସରକାରଙ୍କ ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଯିବ । ଡ୍ରାଇଭର ମାନଙ୍କ ପ୍ରାୟତଃ ଦାବିକୁ ସରକାର ମାନି ନେବେ । ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ ଯୋଗୁଁ ରାଜ୍ୟରେ ତୈଳ ସଙ୍କଟ ଦେଖା ଦେବା ନେଇ ଯେଉଁ ଆଶାଙ୍କା କରାଯାଉଛି ତାହା ହେବାକୁ ଦିଆଯିବ ନାହିଁ । ଦୋକାନ ବଜାରରେ ଖାଦ୍ୟ ସାମଗ୍ରୀର ଅଭାବ ରହିବ ନାହିଁ । କେହି ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୂଚନା ଅନୁସାରେ ୬ଦଫା ଦାବି ପୂରଣ ପାଇଁ ଗତ ତିନି ଦିନ ହେଲାଣି ରାଜ୍ୟବ୍ୟାପି ଡ୍ରାଇଭର ମହାସଂଘ ଆନ୍ଦୋଳନ କରୁଛନ୍ତି ।
Popular Categories



