www.samajalive.in
Saturday, December 6, 2025
19.1 C
Bhubaneswar

ଭିସୁଟ୍‌ରେ ଖୋଲିଲା ୫ଟି ନୂତନ ପାଠ୍ୟକ୍ରମ: ଚଳିତବର୍ଷରୁ ଆରମ୍ଭ ହେବ ନାମଲେଖା

ବୁର୍ଲା : ବୁର୍ଲା ସ୍ଥିତ ବୀରସୁରେନ୍ଦ୍ର ସାଏ ବୈଷୟିକ ଶିକ୍ଷାନୁଷ୍ଠାନ ରେ ନୂତନ ଭାବରେ ପାଞ୍ଚଟି ନୂତନ ପାଠ୍ୟକ୍ରମ ଆରମ୍ଭ ହୋଇଥିବା ଭିସୁଟ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏଥିରେ ଚଳିତ ଶିକ୍ଷାବର୍ଷ ଅର୍ଥାତ୍ ୨୦୨୫-୨୬ ଏବଂ ୨୦୨୬-୨୭ ପାଇଁ ନାମଲେଖା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ପତ୍ର ସଂଖ୍ୟା ୪୨୧୪ ତା ୮/ ୭/୨୦୨୫ ଅନୁସାରେ ଏହି ପାଞ୍ଚଟି ପାଠ୍ୟକ୍ରମ କ୍ରମ ଆରମ୍ଭ କରିବା ପାଇଁ ଅନୁମତି ଦିଆଯାଇଥିବା ଜଣାପଡ଼ିଛି। ଏହି ନୂତନ ପାଠ୍ୟକ୍ରମରେ କ୍ୟାମିକାଲ ଏଣ୍ଡ ବାୟୋ ସାଇନ୍ସ ବିଭାଗ ଅଧିନରେ ବିଟେକ୍ ଇନ୍ ସେପ୍ଟି ଫାୟାର ଇଂଞ୍ଜିନିୟରିଂ ପାଠ୍ୟକ୍ରମ ଖୋଲିଥିବା ବେଳେ ଏଥିରେ ସିଟ୍ ସଂଖ୍ୟା ୩୦ ରହିଛି। ଏହାର ଚାରିବର୍ଷ ପାଠ୍ୟ ଅବଧି ରହିଛି। ସେହିପରି ଏହି ସମାନ ବିଭାଗ ଅଧିନରେ ବିଟେକ୍ ଇନ୍ ବାୟୋମେଡିକାଲ ଇଂଞ୍ଜିନିୟରିଂ ପାଠ୍ୟକ୍ରମ ରହିଛି। ଏଥିରେ ମଧ୍ୟ ସିଟ୍ ସଂଖ୍ୟା ୩୦ ରହିଥିବା ବେଳେ ଏହାର ପାଠ୍ୟ ଅବଧି ଚାରି ବର୍ଷ ରହିଛି। ସେହିପରି ମେକାନିକାଲ ସାଇନ୍ସ ବିଭାଗ ଅଧିନରେ ବିଟେକ୍ ଇନ୍ ମେକାନିକାଲ୍ ଏଣ୍ଡ ସ୍ମାର୍ଟ ମେନୁ ଫେକ୍ଚରିଙ୍ଗ ପାଠ୍ୟକ୍ରମ କ୍ରମ ଆରମ୍ଭ ହୋଇଛି। ଏଥିରେ ରେ ମଧ୍ୟ ସିଟ୍ ସଂଖ୍ୟା ୩୦ ରହିଥିବାବେଳେ ଏହାର ପାଠ୍ୟ ଅବଧି ଚାରିବର୍ଷ ରହିଛି। ସେହିପରି ସେଣ୍ଟର ଫର୍ ସ୍ପେସ୍ ସାଇନ୍ସ ବିଭାଗ ଅଧିନରେ ଏମ୍‌ଟେକ୍‌ ଇନ୍ ଏରୋସ୍ପେସ୍ ଇଂଞ୍ଜିନିୟରିଂ ପାଠ୍ୟକ୍ରମ ଖୋଲିଛି। ଏଥିରେ ସିଟ୍ ସଂଖ୍ୟା ୧୮ ରହିଥିବା ବେଳେ ପାଠ୍ୟ ଅବଧି ୨ ବର୍ଷ ରହିଛି। ସେହିପରି କେମିକାଲ୍ ଏଣ୍ଡ ବାୟୋ ସାଇନ୍ସ ବିଭାଗ ଅଧିନରେ ଏକ୍‌ଜୁକ୍ୟୁଟିଭ୍ ଏମ୍‌ଟେକ୍ ଇନ୍ ଇଣ୍ଡଷ୍ଟ୍ରିଆଲ୍ ସେପ୍ଟି ପାଠ୍ୟକ୍ରମ ଖୋଲିଛି। ଏଥିରେ ସିଟ୍ ସଂଖ୍ୟା ୧୮ ରହିଥିବା ବେଳେ ପାଠ୍ୟ ଅବଧି ୨ ବର୍ଷ ରହିଛି। କିନ୍ତୁ ଏହି ବିଷୟରେ ମୁଖ୍ୟତଃ ବିଭିନ୍ନ କଳକାରଖାନାରେ ଚାକିରି କରୁଥିବା ବ୍ୟକ୍ତି ବିଶେଷ ନାମ ଲେଖାଇ ପାରିବେ ଏବଂ ଏହା ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମ ଆଟେ। ଏହାର ପାଠପଢା ଦ୍ବିତୀୟ ଓଳି ହେବ ବୋଲି କୁହାଯାଉଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories