ଏସ୍ସିବିରେ ଜଗା-ବଳିଆଙ୍କୁ ଭେଟିଲେ ମନ୍ତ୍ରୀ ପ୍ରତାପ ଜେନା
କଟକ:କଟକ ବଡ଼ ଡାକ୍ତରଖାନାର ସ୍ୱତନ୍ତ୍ର ଆଇସିୟୁରେ ଚିକିତ୍ସାଧୀନ ଜଗା-ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ରବିବାର ନଗର ଉନ୍ନୟନ ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଅନୁଧ୍ୟାନ କରିଛନ୍ତି। ଜଗା-ବଳିଆଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ ହୋଇନାହିଁ। କାଳିଆକୁ ଅନେକ ସମୟରେ ଜ୍ୱର ଆସୁଛି। କାଳିଆର ଜ୍ୱର କାରଣ ଜାଣିବା ସକାଶେ ବିଶେଷଜ୍ଞ ଡାକ୍ତର ଅନୁଧ୍ୟାନ କରୁଛନ୍ତି। ଜଗା ସୁସ୍ଥ ହୋଇଥିଲେ ମଧ୍ୟ ଏବେ ବି ମୁଣ୍ଡରେ ଖପୁରି ନାହିଁ। ତା’ର ଖପୁରୀ ପ୍ରତିରୋପଣ କରାଯିବ। ଏଥିନେଇ ଡାକ୍ତରଙ୍କ ସହିତ ଆଲୋଚନା କରାଯାଇଛି। ଖପୁରି ପ୍ରତିରୋପଣ ହେବା ପରେ ଜଗାକୁ ସ୍କୁଲରେ ଛଡାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ। ମନ୍ତ୍ରୀ ଶ୍ରୀ ଜେନା ଦୁହିଁଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସିବିକେ ମହାନ୍ତିଙ୍କ ସହିତ ଆଲୋଚନା କରିଥିଲେ।