www.samajalive.in
Monday, December 15, 2025
15.1 C
Bhubaneswar

ସମବାୟ ମନ୍ତ୍ରୀଙ୍କ ତେଲାଙ୍ଗାନା ରାଜ୍ୟ ସମବାୟ ଆପେକ୍ସ ବ୍ୟାଙ୍କ ପରିଦର୍ଶନ

ଭୁବନେଶ୍ୱର: ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ହାଇଦ୍ରାବାଦ ଗସ୍ତ ସମୟରେ ଗତକାଲି ତେଲେଙ୍ଗାନା ରାଜ୍ୟ ସମବାୟ ଶୀର୍ଷ (ଆପେକ୍ସ) ବ୍ୟାଙ୍କ ପରିଦର୍ଶନ କରିଛନ୍ତି । ମନ୍ତ୍ରୀ ଶ୍ରୀ ନାୟକଙ୍କୁ ବ୍ୟାଙ୍କର ସଭାପତି କୋନ୍ଦୁରୁ ରବିନ୍ଦ୍ର ରାଓ ଓ ପରିଚାଳନା ନିର୍ଦ୍ଦେଶକ ଡଃ ନେଥି ମୁରଲିଧର ସ୍ୱାଗତ ଜଣାଇ ଥିଲେ । ମନ୍ତ୍ରୀ ଶ୍ରୀ ନାୟକ ବ୍ୟାଙ୍କର ବିଭିନ୍ନ ଶାଖା, ସାଇବର କ୍ରାଇମ୍ ନିୟନ୍ତ୍ରଣ ବ୍ୟବସ୍ଥା ବୁଲି ଦେଖିବା ସହିତ ଅଧିକାରୀ ମାନଙ୍କ ସହ ବ୍ୟାଙ୍କ ସଂପର୍କରେ ଆଲୋଚନା କରିଥିଲେ। ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମୁରଲିଧର ବ୍ୟାଙ୍କର ପରିଚାଳନା ବ୍ୟବସ୍ଥା, ଆର୍ଥିକ କାରବାର ଓ ସାଇବର କ୍ରାଇମ୍ କକ୍ଷର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆଦି ସଂପର୍କରେ ମନ୍ତ୍ରୀ ଶ୍ରୀ ନାୟକଙ୍କୁ ଅବଗତ କରାଇଥିଲେ। ଏହାପରେ ହାଇଦ୍ରାବାଦରେ କାର୍ଯ୍ୟ କରୁଥିବା କେନ୍ଦ୍ରାପଡା ଜିଲାର କିଛି ଯୁବକମାନଙ୍କ ସହିତ କଥା ବାର୍ତ୍ତା ହୋଇ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝି ଥିଲେ l

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories