www.samajalive.in
Saturday, December 13, 2025
26.1 C
Bhubaneswar

ଓଡିଶାରେ ନିର୍ମାଣ ହେବ ୧୧୮ଟି ମିନି ଷ୍ଟାଡିୟମ୍ : ତୁଷାରକାନ୍ତି ବେହେରା

ଭୁବନେଶ୍ୱର : ରାଜ୍ୟରେ କ୍ରୀଡା ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ଖୁବ୍ ଶୀଘ୍ର ୧୧୮ଟି ମିନି ଷ୍ଟାଡିୟମ୍ ନିର୍ମାଣ କରାଯିବ । ଏନେଇ  କ୍ରୀଡା ଓ ଯୁବସେବା ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି । ଶୁକ୍ରବାର ବିଧାନସଭାରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ଏସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ କ୍ରୀଡା ଓ ଯୁବସେବା ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, ରାଜ୍ୟରେ ୩୧୪ଟି ବ୍ଲକ୍ ସ୍ତରୀୟ ଏବଂ ୧୪୯ ସହରାଂଚଳ ସ୍ତରୀୟ ମିନି ଷ୍ଟାଡିୟମ୍ ନିର୍ମାଣ ନିମନ୍ତେ ଅର୍ଥ ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ୨୧୭ଟି ମିନି ଷ୍ଟାଡିୟମ୍ ସମ୍ପୂର୍ଣ୍ଣ ହୋଇଛି । ୧୨୮ଟି ମିନି ଷ୍ଟାଡିୟମ୍ ର ନିର୍ମାଣ କାର୍ଯ୍ୟ ଚାଲୁରହିଛି ।

କଳିଙ୍ଗ ଷ୍ଟାଡିୟମର ଉନ୍ନତି ଏବଂ ଫୁଟବଲ ପ୍ରତିଯୋଗିତା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ କଳିଙ୍ଗ ଷ୍ଟାଡିୟମ୍ ରେ  ସର୍ବାଙ୍ଗୀନ ଉନ୍ନତି ଏବଂ ଆନ୍ତର୍ଜାତୀୟ ମାନର କ୍ରୀଡା ସୁବିଧା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ଫୁଟବଲ ଖେଳର ସର୍ବ ଭାରତୀୟ ସ୍ତରରେ ପ୍ରତିଯୋଗତା ପାଇଁ ରାଜ୍ୟ କ୍ରୀଡା ବିଭାଗ ଦ୍ୱାରା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଫୁଟବଲ ହାଇ ପରର୍ଫମାନ୍ସ ସେଂଟର ପାଇଁ ଜେଏସଡବ୍ଲୁ କମ୍ପାନୀ ଓ ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେସନ୍ ସହିତ ଓଡିଶା ସରକାର ଚୁକ୍ତି ସ୍ୱାକ୍ଷର କରିଛନ୍ତି । ସେହିପରି କ୍ରିକେଟ୍ ର ସର୍ବ ଭାରତୀୟ ପ୍ରତିଯୋଗିତା ପାଇଁ ରାଜ୍ୟରେ ଓଡିଶା କ୍ରିକେଟ୍ ଆସୋସିଏସନ୍ ସର୍ବଭାରତୀୟ ସ୍ତରରେ ବିସିସିଆଇ ଦ୍ୱାରା ପରିଚାଳିତ ହେଉଛି । ଦାରୁଠେଙ୍ଗ, ଚନ୍ଦକା, ତରାବୋଇ, ବେଣାପଂଜୁରୀ  ଓ ଅରୁଗୁଳ ଠାରେ ମିନିଷ୍ଟାଡିୟମ୍ ନିର୍ମାଣ ପାଇଁ ପ୍ରସ୍ତାବ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ସୁନ୍ଦରଗଡରେ ହକି ଷ୍ଟାଡିୟମ୍ ନିର୍ମାଣ ପାଇଁ ବର୍ତମାନ ପାଇଁ ପ୍ରସ୍ତାବ ନାହିଁ ।

- Advertisement -

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories