www.samajalive.in
Saturday, December 13, 2025
23.1 C
Bhubaneswar

ଦିନ ୧ଟା: ମୁଖ୍ୟ ସମ୍ବାଦ

ଆଞ୍ଚଳିକ
ଅତିରିକ୍ତ ପୁଲିସ ଡିଜି ପାହ୍ୟାକୁ ପଦୋନ୍ନତି ପାଇଲେ ୧୯୯୪ ବ୍ୟାଚ୍ ଆଇପିଏସ୍ ଯଶୋବନ୍ତ ଜେଠୱା
– ଅଗଷ୍ଟ ୩କୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି
– ଡାକ ଟିକେଟ୍‌‌ରେ ରୁଚି ଓ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ଡାକ ଟିକେଟ୍‌ ବିଭାଗ ପକ୍ଷରୁ ନବମ ଶ୍ରେଣୀର ପିଲାମାନଙ୍କ ପାଇଁ ‘ଦୀନଦୟାଲ ସ୍ପର୍ଶ ଯୋଜନା ୨୦୧୯-୨୦’ ବାର୍ଷିକ ବୃତ୍ତି ଯୋଜନା ଆରମ୍ଭ
– ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ‘ଅକ୍ଷର’ ଫାଉଣ୍ଡେସନ୍‌ ସହାୟତାରେ ଚାଲିଥିବା ‘ଗଣିତ କଳିକା’ କାର୍ଯ୍ୟକ୍ରମ ୨୮ଟି ଜିଲ୍ଲାକୁ ସମ୍ପ୍ରସାରିତ ହେବ
– କୃମି ନାଶ ପାଇଁ ଅଗଷ୍ଟ ୮ତାରିଖରେ ରାଜ୍ୟର ୧କୋଟି ୪୨ଲକ୍ଷରୁ ଅଧିକ ପିଲାଙ୍କୁ ଗୋଟିଏ ଦିନରେ କୃମିନାଶକ ଔଷଧ ଖାଇବାକୁ ଦିଆଯିବ
– ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ଦୁର୍ନୀତି ଓ ଅନିୟମିତତା ମାମଲାରେ ସ୍ୱତନ୍ତ୍ର ରିଲିଫ କମିଶନର ତଥା ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ଓଡ଼ିଶା ଲୋକାୟୁକ୍ତ ନୋଟିସ୍ ଜାରି, ଅଗଷ୍ଟ ୧୯ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ
– ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଟିଇଟି ପରୀକ୍ଷା ବିଜ୍ଞପ୍ତି ପ୍ରକାଶ, ୧୫ରୁ ୨୬ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ
– ମାଲକାନଗିରି ଚମ୍ପାଖାରି ନିକଟରେ ବାଇକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ
– ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ନାହିକାନାଲିଠାରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଯୁବକ ମୃତ
– ଓମଫେଡ କ୍ଷୀର ନ ନେବା କାରଣରୁ ବାସୁଦେବପୁରରେ ଚାଷୀମାନେ ରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କଲେ
– ଆଜି ଅପରାହ୍ନରୁ ଭଗବାନ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଭକ୍ତମାନଙ୍କୁ ରଥ ଉପରେ ସୁନାବେଶରେ ଦର୍ଶନ ଦେବେ

ଜାତୀୟ
– ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନେତୃତ୍ୱରେ ଆଜି ସକାଳ ୯ଟାରେ ସଂସଦରେ ଆରମ୍ଭ ହୋଇଛି ସ୍ୱଚ୍ଛତା ଅଭିଯାନ, ବାଚସ୍ପତିଙ୍କ ସମେତ ବିଜେପିର ବରିଷ୍ଠ ମନ୍ତ୍ରୀ ଓ ସାଂସଦ ସଂସଦ ପରିସରରେ ଝାଡୁ ମାରିଲେ
– ଆତଙ୍କବାଦୀ ଆଡ୍ଡା ଧ୍ୱଂସ ପାଇଁ ଭାରତୀୟ ବାୟୁସେନାରେ ସାମିଲ ହେବ କ୍ଷୁଦ୍ର ଆକାରର ଡ୍ରୋନ ବିମାନ
– ୟୁନିଅନ୍‌ ପବ୍ଲିକ୍‌ ସର୍ଭିସ୍‌ କମିସନ୍‌ ପକ୍ଷରୁ ଆଜି ୨୦୧୯ ସିଭିଲ୍‌ ସର୍ଭିସ୍‌ ପ୍ରିଲିମ୍‌ ପରୀକ୍ଷା ଫଳ ପ୍ରକାଶିତ
– ଚେନ୍ନାଇରେ ଏଜଳ ସଙ୍କଟ, ଭେଲୋର ଜୋଲାରପେଟରୁ ଟ୍ରେନ୍‌ରେ ହେଉଛି ଜଳ ଯୋଗାଣ
– ସମୁଦ୍ର ଗର୍ଭରେ ୫ ଦିନ ରହିବା ପରେ ଜୀବିତ ଫେରିଆସିଲେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣାର ମତ୍ସ୍ୟଜୀବୀ ରବିନ୍ଦ୍ରନାଥ ଦାସ
– କରତାରପୁର କରିଡର ନେଇ ଭାରତ ଓ ପାକିସ୍ତାନର ଅଧିକାରୀମାନଙ୍କ ମଧ୍ୟରେ ପୁଣି ଥରେ ଆଲୋଚନା ହେବ
– ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର, ଲକ୍ଷାଧିକ ଲୋକ ଜଳବନ୍ଦୀ
– ଅପହୃତ ହେବାର ୫ ଦିନ ପରେ ତେଲେଙ୍ଗାନା ରାଷ୍ଟ୍ର ସମିତି ନେତା ନଲ୍ଲରୀ ଶ୍ରୀନିବାସନଙ୍କୁ ମାଓବାଦୀମାନଙ୍କ ହତ୍ୟା
– ଅବିଶ୍ରାନ୍ତ ବର୍ଷ ଯୋଗୁ ଉତ୍ତର ପ୍ରଦେଶରେ ୧୫ ଓ ଆସାମରେ ୬ ଜଣଙ୍କ ମୃତ୍ୟୁ

- Advertisement -

ଆନ୍ତର୍ଜାତିକ
– ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା କର୍ତ୍ତାରପୁର କରିଡର ଆଲୋଚନା ପୂର୍ବରୁ ଭାରତର ଦାବି ଉପରେ ପାକିସ୍ତାନ ସରକାର ମୁଣ୍ଡ ନୁଆଁଇଛନ୍ତି, ଶିଖ୍‌ ଗୁରୁଦ୍ୱାର ପ୍ରବନ୍ଧକ କମିଟିରୁ ହଟିଲେ ପାକ ଆତଙ୍କବାଦୀ ହାଫିଜ ସଇଦର ସମର୍ଥକ ଗୋପାଳ ସିଂହ ଚାୱଲା
– ପାକିସ୍ତାନ କହିଛି ଯେ, ଭାରତୀୟ ବାୟୁସେନା ସୀମାରେ ମୁତୟନ କରିଥିବା ଲଢୁଆ ବିମାନକୁ ନ ହଟାଇବା ପର୍ଯ୍ୟନ୍ତ, ସେ ଭାରତର ବାଣିଜ୍ୟକ ଉଡ଼ାଣ ପାଇଁ ନିଜର ଆକାଶ ମାର୍ଗକୁ ଖୋଲିବ ନାହିଁ
– ମିଳିତ ଜାତିସଂଘ ରିପୋର୍ଟ ଅନୁଯାୟୀ ଭାରତରେ ସ୍ଵାସ୍ଥ୍ୟ, ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ହୋଇଥିବା ପ୍ରଗତି ଯୋଗୁଁ ବହୁ ସଂଖ୍ୟାରେ ଲୋକେ ଗରିବ ରେଖାରୁ ବାହାରିଛନ୍ତି
– ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆସନ୍ତା ୨୨ ତାରିଖରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ
– ଦୁର୍ବଳ ଆର୍ଥିକ ସ୍ଥିତିରୁ ରକ୍ଷା ପାଇବାକୁ ପାକିସ୍ତାନ କୈାଣସି ଦୃଢ ପଦକ୍ଷେପ ଗ୍ରହଣ ନ କଲେ ଅର୍ଥବ୍ୟବସ୍ଥା ଦେବାଳିଆ ହେବ ବୋଲି ଆଇଏମଏଫର ଚେତାବନୀ

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories