ପାଟଣା: ଦୁର୍ବୃତ୍ତଙ୍କ ଠେଙ୍ଗା ମାଡରେ ଜଣେ କନେଷ୍ଟବଳ ଆହତ ହୋଇଥିବା ସୂଚନା ମିଳିଛି । ଆହତ କନେଷ୍ଟବଳ ହେଲେ କେନ୍ଦୁଝର ଜିଲ୍ଲା ପାଟଣା ଥାନାର କନେଷ୍ଟବଳ ଦୟାନିଧି ସାହୁ । ଶୁକ୍ରବାର ମଲ୍ଲୀପଶି ବାହୁଡା ଯାତ୍ରା ସମୟରେ ୨୨୦ ନମ୍ବର ଜାତୀୟ ରାଜପଥ ଉପରେ ଟ୍ରାଫିକ ନିୟନ୍ତ୍ରଣ କରୁଥିବା ବେଳେ ଦୁଇ ଜଣ ବାଇକ୍ ଆରୋହୀଙ୍କୁ ବାଇପାସ୍ ରାସ୍ତାରେ ଯିବାପାଇଁ ସେ ପରାମର୍ଶ ଦେଇଥିଲେ । କିନ୍ତୁ ସେମାନେ କନେଷ୍ଟବଳ ଦୟାନିଧିଙ୍କ ପରାମର୍ଶକୁ ଶୁଣିବା ପରିବର୍ତ୍ତେ ପାଟିତୁଣ୍ଡ କରିବା ସହ ତାଙ୍କୁ ଠେଙ୍ଗାରେ ମାଡ ମାରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଅନ୍ଧାର ହୋଇଯାଇଥିବାରୁ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରାଯାଇପାରି ନଥିଲା । ଗୁରୁତର ଅବସ୍ଥାରେ ଦୟାନିଧିଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତାଙ୍କର ବାମ ହାତ ଭାଙ୍ଗିଯାଇଥିବା ବେଳେ ସେ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି ।
Popular Categories



